ଶ୍ରଦ୍ଧାଞ୍ଜଳୀ - ତପନ ଦୀକ୍ଷିତ

0

ଟିକିଏ ହସ ଓ ଟୋପାଏ ଲୁହରେ
ଜୀବନଟା ଫେଣ୍ଟାଫେଣ୍ଟି
ସମୟ ରାସ୍ତାରେ ଆଶା ନିରାଶାର 
ଅସଂଖ୍ୟ ମାଇଲି ଖୁଣ୍ଟି ॥
କେବେ ଆଶା ଆଉ କେବେ ବା ନିରାଶା 
ଆସି ପୁଣି ଯାଏ ଚାଲି 
ଚଲାପଥ କେବେ ସବୁଜ ବନାନୀ 
କେବେ ପୁଣି ମରୁବାଲି ॥
କେବେ ସୁଶୀତଳ ଝର ଯାଏ ଝରି 
କେବେ ବା ଆଗ୍ନେୟ ଗିରି 
ଚଲାବାଟେ କେବେ ହସର ଜୁଆର 
କେବେ ଆଖି ଆସେ ଭରି ॥
କେବେ ବା ନିଜର ପର ହୋଇଯାଏ 
ପର ହୁଏ ଆପଣାର 
ଜୀବନତ ବଡ଼ ବିଚିତ୍ର ଗଣିତ  
ଯୋଗ ଭାଗ ଵିୟୋଗର ॥
କେବେ ସୁଖ ପୁଣି କେବେ ଦୁଃଖ ମୋଡ଼ 
ଆସି ପୁଣି ଯାଏ ଚାଲି 
କିଏବା କହିବ କି ସନ୍ଦେଶ ଆଣି 
ଆସିବ ଆସନ୍ତା କାଲି ॥
ଧୂପଟିଏ ପରି ମହକ ଖେଳାଇ  
ନିଜେ ଗଲେ କେବେ ଜଳି 
ଝରା ପାଉଁଶ ତା ଫୁଲ ହୋଇ ଆମ 
ପଥେ ଦେବ ଶ୍ରଦ୍ଧାଞ୍ଜଳୀ ॥


ନାସିକେଶ୍ୱର, କାକଟପୁର, ପୁରୀ


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ