ଚନ୍ଦ୍ରମା - ଦେବରାଜ ରଣା

0

ରୂପରେ ରୂପେଲୀ ଯେ ରୂପାୟିତ,
ଜ୍ୟୋସ୍ନା ମନ ଲୋଭେ ମଧୁ କର୍ଶିତ ।। 

ଉଜ୍ଜଳିତ ଜଗତ ନିଶି ଚିତ୍ରିତ,
ଚିତ୍ରଣ ଚାନ୍ଦିନୀ ଭାବେ ଚର୍ଚ୍ଚିତ ।।

ଅର୍ଦ୍ଧ ଦାଗ ମୁଖ ମଣ୍ଡଳେ ବୋଳା,
କଳଙ୍କିତ ଅଙ୍କିତ କାଳୀ କଳା ।।

ପରିକ୍ରମା କର୍ମେ ଗଢା ପୂର୍ଣ୍ଣିମା,
ଅମାବାସ୍ୟା ଘେରେ ଛାୟା କାଳିମା ।।

ପ୍ରୀତି ମଗ୍ନେ ଜଳ-ଲହଡ଼ି କଇଁ,
ସମର୍ପି ନିଶି ପ୍ରତୀକ୍ଷାକୁ ଚାହିଁ ।।

ଚୌଦିଗେ ଦର୍ଶନ ଦିଗେ ମାର୍ଜିତ,
ଗଗନେ ଚୁମ୍ବନେ ଚୁମ୍ବକ ଦ୍ଵିତ ।।

ମାଳ ମେଘ ମାଳେ ନିଳିମା ବୁକେ,
ଲୁଚକାଳୀ ଖେଳି ମେଘରେ ଢାଙ୍କେ ।।

ତାରକା ମେଳେ ଆଦର ଆକଟ,
ପକ୍ଷରେ ଚାହିଁ ପକ୍ଷରେ ଯେ ନାଟ ।।

ଚାନ୍ଦ ଚାନ୍ଦିନୀ ରାତ୍ରିର ଜୀବନୀ,
ଜୀବିତ ଉଜ୍ଜଳିତ ଉଦ୍ୟୟନୀ ।।

ନଭ ନାବିକ ନୌକାର ଆଲୋକ,
ଭାସଇ ଭାବେ ଭାବର ଭାବୁକ ।।

ଚାଉଳଡ଼ିଆଁ, ଲାଠୋର, ବଲାଙ୍ଗୀର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ