ଅଜଣା ସିନ୍ଦୂର - ସିଦ୍ଧେଶ୍ଵର ତ୍ରିପାଠୀ

0

ମଙ୍ଗଳ ବେଳାରେ ବୁଧ ପାହାନ୍ତିରେ
ତୋ'ପାଇଁ ମଙ୍ଗନ ତିଥି
ବୃହଷ୍ପତି ତୋତେ ସଦୟ ହୋଇଲେ
ମୋ ସମ୍ପର୍କ ହେଲା ଇତି ॥

ଗୁରୁ କରୁଣାରେ ବାଡୁଅ ପାଣିରେ
ଯେବେ ଦେଲୁ ଦେହ ଧୋଇ
ବଉଳ ପାଟରେ ତୋ'ଦେହ ଢାଙ୍କିଲୁ
ଅଳତା ସିନ୍ଦୂର ନାଇ ॥

ସାତସୁରେ ମଖା ସାହାନାଇ ଗାଏ
ସୁନ୍ଦର ମଙ୍ଗଳ ଗୀତି
ମଙ୍ଗଳ ବେଳାରେ ବୁଧ ପାହାନ୍ତିରେ
ତୋ'ପାଇଁ ମଙ୍ଗଳ ତିଥି ॥

ନୂଆ ଠିକଣାରେ ବସା ତୁ ବାନ୍ଧିଲୁ
ଡେଇଁ ତୋ'ଅଗଣା ଘର
ଆଲୋକ ଦାତାଙ୍କ ଦିବସ ଶେଷରେ
ଝୁମେ ଦେହ ମନ ତୋର ॥

ସେବେଠୁ ମୋ'ପାଇଁ ଦିନ ସରେ ନାହିଁ
ରାତି ବି ହେଉନି ଇତି
ମଙ୍ଗଳ ବେଳାରେ ବୁଧ ପାହାନ୍ତିରେ
ତୋ'ପାଇଁ ମଙ୍ଗଳ ତିଥି ॥

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)