ଚନ୍ଦ୍ରା ତପେ ଅଛି ବସି,
ଅଙ୍ଗସଙ୍ଗ ତା'ର ଲଭିବାର ପାଇଁ
ବିତୁଛି ଆଜି ଯା ନିଶି ॥
କି କହିବି ବାରେ ମନର ବେଦନା
କିଏ ବା ଫେଡ଼ିବ ଦୁଃଖ,
କିଏ ବା ପଢିବ ହୃଦୟ ଶିଳାର
ବିରହର ଅଭିଲେଖ ॥
କନ୍ଦର୍ପ ଶରରେ ଅଙ୍ଗ ଅଙ୍ଗ ଦହେ
ଚନ୍ଦନେ ଶୀତଳ ନୋହି,
ଚନ୍ଦ୍ରଚୂଡ଼ ନୁହେଁ ସଂସାରୀଟିଏ ମୁଁ
କାହୁଁ ବା ପାରିବି ସହି ॥
ଚାରୁବାଳା ମୋର ଲୀଳା କରେ ଯାହା
ହୃଦୟ କନ୍ଦରେ ରହି,
ନିଶି ଉଜାଗରେ ଜାଗର ବାସରେ
ଚନ୍ଦ୍ରଚୂଡେ ତ୍ରାହି ତ୍ରାହି ॥
ନାସିକେଶ୍ୱର, କାକଟପୁର, ପୁରୀ