ଜୟ ଭାରତର ଜୟ - ରଞ୍ଜନ କୁମାର ବ୍ରହ୍ମା

0

ଯେ ଦେଶର ମାଟି
ଚନ୍ଦନ ବାସଇ
ଗଙ୍ଗାସମ ସବୁ ଜଳାଶୟ,
ବାଳୁତ କିରଣ 
ତ୍ରିରଙ୍ଗା ଉଡାଏ
ଜଳ ସ୍ଥଳ ନଭେ ଫର୍..ଅ ଫର ।।

ଉତ୍ସବମୁଖର 
ପଲ୍ଲୀରୁ ସହର
ସ୍ୱାଧୀନ ବାରତା ପାଇବା କାଳୁ,
ମହୋତ୍ସବ ପାଳେ 
ସେହି ଦେଶ ଆଜି
ସେଙ୍ଗୋଲ ମହିମା ଜାଣିବା କାଳୁ ।।

ସଂସଦ ଭବନ 
ସଜାଇ ହୋଇଛି
ଖୋଲି ଜ୍ଞାନ ଶକ୍ତି କରମ ଦ୍ୱାର,
ସେ ଦୁଆର ଜଗିବ 
ଧରମ ଦଣ୍ଡଟି
ସତ୍ୟ ହିଁ ଧରମ, ଧର୍ମର ଜୟ ।।

ଚିକିଟୀ ଗଡ଼, ଗଞ୍ଜାମ

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)