ତୁମ ପ୍ରତୀକ୍ଷାରେ - ଇଂ ସସ୍ମିତା ବେହେରା

1
ଅଫେରା ଫଗୁଣ ତୁମ ଅପେକ୍ଷାରେ
ଫେରିଗଲା ବହୁଦୂରେ...
ଆସିବାକୁ କଥା ଦେଇ ରହିଗଲ
ଅପହଞ୍ଚ ଇଲାକାରେ... ॥

ଅନାଇ ବସିଛି ଆକ୍ଷି ନିଦ ଭୁଲି
ଆସିବ ବା ଗୋପନରେ...
ଅଶ୍ରୁର ବର୍ଷାରେ ଅଙ୍ଗ ଭିଜେ ମୋର
କାଟେ ତୁମ ପ୍ରତୀକ୍ଷାରେ... ॥ 

ଆଦେଖା ବେଦନା ମନର ଯାତନା
ଆଣିଦିଏ ଦୁଃଖ ଏତେ...
ମନର ବେଳାରେ ଅସୁମାରି ଲୁହ
ସାଗରେ ଲହରୀ ଯେତେ... ॥

ଅଫୁରନ୍ତ ହସ ଖୁସିର ତୋରଣ
ନାହିଁ ଅବା ମୋ ଭାଗ୍ୟରେ...
ସାଇତି ରଖିବି ଏଇ ମୋ ଆକ୍ଷିରେ
ଆସ ଥରେ ସପନରେ... ॥

ସୋଲର, ଛତିଆ, ଯାଜପୁର

Post a Comment

1Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment