ତାକୁ ବେଶି ଭଲପାଏ - ଡକ୍ଟର ଶରତ କୁମାର ଚଉଁରୀ

0
ବିରତି ବେଳରେ ଅବା କର୍ମ ବେଳେ
ଆପେ ଆସି ଧରାଦିଏ
ଯେବେ ସେ ଆସେନି କାହିଁକି କେଜାଣି
ତାକୁ ମୁହିଁ ଝୁରିହୁଏ
ଜାଣିଛ କି ସିଏ କିଏ ?
ସିଏ ପ୍ରାଣ ପ୍ରିୟା କବିତା ଯେ ମୋର
ତାକୁ ବେଶି ଭଲପାଏ ॥
ଶୟନେ ସପନେ ଅବା ଜାଗରଣେ
ମୋ ପାଖକୁ ଆସେ ଧାଇଁ
ଶୀତୁଆ ସକାଳେ କେବେ ଖରାବେଳେ
ଅଧରାତିରେ ଆସଇ
ମୋତେ ଚାହିଁ ହସିଦିଏ
କାହିଁ କେତେ ଦିନୁଁ ତା ପ୍ରେମେ ପଡ଼ି ମୁଁ
ତାକୁ ବେଶି ଭଲପାଏ ॥
ତା'ର ମୋର ଭାବ ରହିଛି ରହିବ
ତା'ବିନା ପାରୁନି ରହି
ଚକୋରୀକୁ ଛାଡ଼ି ଚକୋର କଦାପି
ଶାନ୍ତିରେ ରହେନି ଜିଇଁ
ତା'ପଥକୁ ଚାହିଁଥାଏ
ତା'ର ଆଗମନେ ମନ ଉପଵନେ
ପାରିଜାତ ଫୁଟିଯାଏ ॥
ବାମନ ହସ୍ତରେ ଚାନ୍ଦ ପଡ଼ିଗଲେ
ଯେମିତିକା ଖୁସି ହୁଏ
ହଜିଲା ପୁଅକୁ ପାଇଗଲେ ମାଆ
ଆନନ୍ଦେ ଅଧୀରା ହୁଏ
ଯେବେ ପ୍ରିୟା ଆସିଯାଏ
ସେମିତି ମୋ ପ୍ରାଣ ହୁଅଇ, କାରଣ
ତା'କୁ ବେଶି ଭଲପାଏ ॥
ଭଲ ପାଇବାଟା ଜମା ଭୁଲ୍ ନୁହେଁ
ଭଲରେ ଭରେ ଜୀବନ
ପରସ୍ପର ପ୍ରତି  ଭଲପାଅ ଅତି
ଭୁଲି ମାନ ଅଭିମାନ
ମୋ ପ୍ରିୟ ଭଉଣୀ ଭାଇ
ବେଶି ଭଲପାଅ ମାତା ଓ ପିତାଙ୍କୁ
ହେଳା କରନାହିଁ କେହି ॥

ଡକ୍ଟର ଶରତ କୁମାର ଚଉଁରୀ

ସଂ: ଶିଶୁ ଦରବାର, ଟିଚର୍ସ କଲୋନି, ପିପିଲି, ପୁରୀ

Post a Comment

0Comments
Post a Comment (0)