ଦେଶପ୍ରେମୀ ଓଡ଼ିଆପୁଅ - ରଞ୍ଜନ କୁମାର ଵ୍ରହ୍ମା

0

ସୂର୍ଯ୍ୟସମ ତେଜିୟାନ ଯିଏ
ଓଡ଼ିଆ ପୁଅଟି ସିଏ,
ଜଣେ ସୁଭାଷକୁ ଜଣେ ସୁରେନ୍ଦ୍ର 
ଜଗତରେ ପୂଜାପାଏ ।।୧।।

କର୍ମରେ ଚଞ୍ଚଳ ଲକ୍ଷ୍ୟରେ ଅଟଳ
ହୃଦେ ସାଇତି ସାହସ,
ବୀର ଚକରାଟା ଚକର ଖେଳିଲା
ବିଦେଶୀ ମଣେ ପ୍ରମାଦ ।।୨।।

କହି ହେଉନାହିଁ ସହି ହେଉନାହିଁ
କରି ହେଉନି ଆୟତ୍ତ,
ଗରିଲା ଯୁଦ୍ଧରେ ମାତିଲେ ଜଙ୍ଗଲୀ
ଚୌହାନବୀର ଶକତ ।।୩।।

ଜଙ୍ଗଲର ନିଆଁ ମାଳିଲା ଗଡକୁ
ପୁରପଲ୍ଲୀ ଗଲା ତାତି,
ଭାରତୀୟ ବଳେ ଠିକ୍ ବୁଝିଗଲେ
ଗୋରାଙ୍କ ଚାଲାକ୍ ମତି ।।୪।।

କ୍ରାନ୍ତି ଶାନ୍ତି ଚୁକ୍ତି ସମସ୍ତ କୌଶଳ
ଯାହା ଜୟପାଇଁ ଅଛି,
କେବେ ମୁହାଁମୁହିଁ କେବେ ଲୁଚିଛପି
ତାହା ବୀର କରିଅଛି ।।୫।।

ଦେଶଠୁ ଅଧିକା ଆମର ବୈଭବ 
କିଛିନାହିଁ ମହୀତଳେ,
ଜୀବନକୁ ମିଳେ ସମ୍ମାନ ଗୌରବ
ବୀର ସଦା କହିଚାଲେ ।।୬।।

ସଭିଏଁ ଆମେରେ ଦେଶର ସମ୍ପଦ 
ଚାହିଁରହେ ଆମ ରାହା,
ସ୍ନେହ ମିଳାମିଶା କର୍ମେ ରଖି ନିଷ୍ଠା 
ହେବା ପ୍ରଗତିରେ ସାହା ।।୭।।

ଚିକିଟୀ ଗଡ଼, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ