ସ୍ଵପ୍ନ - ଦେବରାଜ ରଣା

0

ଫଗୁଣ ଆସିଲା ଫଗୁ ରଙ୍ଗ ଧରି
ଦେହେ ଲାଗିଗଲା ଅବିର,
ସ୍ଵପ୍ନ ରଙ୍ଗ ଟା ଭରିଲା ନାହିଁ
ନିଦହଜା ପଥ ମୋର ॥

ପଥର ଖସଡ଼ା ମନର ଗରଡ଼ା
ବାଆ ବତାସ ଡେଣା ଧରି,
ପକ୍ଷୀ ସିନା ମୁହିଁ ଜୀବନ୍ତଟେ ଆଜି
ସ୍ଵପ୍ନ ଶୋଉଛି ନିଦ ଭରି ॥

ଶ୍ରାବଣୀ ପ୍ରେମେ ଗଢ଼ିଥିଲି ସ୍ଵପ୍ନ
ତୋଳି ଆଣିବାକୁ ଜହ୍ନ,
ରାତି ପାହିଗଲା ଦିନ ସରିଗଲା
ମେଣ୍ଟିଗଲା ଆଜି ପାଦଚିହ୍ନ ॥

ଲୁହ ଢାଲିଥିଲି ଭାବନା କାଗଜେ
ଲହୁ ନେଇ ହେଲା ରଙ୍ଗି,
ବିରଳ ଆକାରେ  ଅଛି ବହୁଦୂରେ
ମନ ଆଶା ସବୁ ଭାଙ୍ଗି ।

ସ୍ଵପ୍ନ ସରିଗଲା ପୁରଣ ନାହିଁ
ପୁରାଣରେ ବୋଲା ସାହି,
ଭାବ ଅଭାବ ସରିଲା ସ୍ଵଭାବ
ଲୁହ ବହେ କହି କହି ॥

ଚାଉଳଡ଼ିଆଁ, ଲାଠୋର, ବଲାଙ୍ଗୀର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ