ସେ ମୋ ଜଗନ୍ନାଥ - ଗଗନ ବିହାରୀ ନାୟକ

0

ନୀଳ ଗଗନ, ଯୋଛନା ଢାଳେ,
ଯା'ର ଶ୍ରୀମାଥେ,
ନୀଳ ନିଳୀମା, କାଳିଆ ସୁନା, 
ଶ୍ରୀଜଗନ୍ନାଥେ...
ସେ' ମୋ' ଜଗନ୍ନାଥେ ॥୦॥

ନୀଳ କନ୍ଦର ଘରଟି ତାର
କେତେ ସୁନ୍ଦର,
ଗଲେ ଶ୍ରୀକ୍ଷେତ୍ର ଦେଖି ଏ ନେତ୍ର
ହୁଏ ଉଜ୍ଵଳ,
ଭକ୍ତିର ଧାର ନୟନ ନୀର
ଧୁଏ ପୟର,
ଶ୍ରୀଭୂଜ ଟେକି ଆଶିଷ ଦିଏ
ଶ୍ରୀ ରଙ୍ଗାଧର,
ଥାଇ ନିକଟେ... 
ମନ ଉଚ୍ଚାଟେ...
ଜାଣି ହୁଏନା ସତେ ॥୧॥

ଯିଏ ଆସିଛି ସିଏ ପାଇଛି
ତା'ର ଆଶରା,
ଦୁଃଖୀର ବନ୍ଧୁ ସୁଖୀର ସିଏ
ଆଲୋକ ଧାରା,
ମୟୂର ଚୂଳ, ଶୀରେ ମଞ୍ଜୁଳ
ବାଙ୍କ ଅଧରେ,
ବଇଁଶୀଧାରୀ, ଶ୍ରୀ ଗିରିଧାରୀ,
ଥିଲେ ଦ୍ଵାପରେ,
ନାହିଁତ କାହିଁ...
ଦିଅଁ ଏମିତି...
ଏଇ ଜଗତେ ॥୨॥

ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ