ପଲ୍ଲୀ ପ୍ରଣତି - ତପନ ଦୀକ୍ଷିତ

0

ସାଉଁଳା ଶୀତର ଝରା କାକରରେ
କଅଁଳ ଖରାର ଖେଳ,
ତହିଁ ପରେ ପୁଣି କାଶର ପସରା
ଚାରିଆଡେ ମାଳ ମାଳ ॥
ଫୁଲେ ଫୁଲେ ଝୁଲା ପରଜାପତିଙ୍କ
ରଙ୍ଗ ବେରଙ୍ଗର ମେଳା,
ତୁଠ ଫେରନ୍ତାଣି ପାଉଁଜି ନୂପୁରେ
ରୁଣୁଝୁଣୁ ପଲ୍ଲୀ ବାଳା ॥
ଦୂର ତାଳବଣ ସାଇଁସାଇଁ ସୁରେ
ଗାଏ ଯେବେ ପଲ୍ଲୀଗୀତି,
ସତେ ଅବା ଲାଗେ ଋତୁ ଶରତର
ସକାଳ ପଲ୍ଲୀ ପ୍ରଣତି ॥


ନାସିକେଶ୍ୱର, କାକଟପୁର, ପୁରୀ


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ