![](https://blogger.googleusercontent.com/img/b/R29vZ2xl/AVvXsEj8GSA1F7NZk41SN1cr1DqalLFIhP9Qu450jtfyTTOUVPqcOaBaQvDSK3Sypfcs82lWABiesPE_NWMzxYoX-YoWZZ_2q3J_OPvYrm2WOOl9dVBwZwtJM8N-E6D8e_8wUOroM2obLodrRlO0eWm8P07xQ5JJ61QTeUN29vmNFaVAJzjrmhW9BqZY1l61bw/w118-h154/Lonely.jpg)
କଥା କୁହା କଣ୍ଢେଇଟେ
ପାନ୍ଥଶାଳା ଅଛି ନାହିଁତ ବାଟୋଇ
ପାଦ ପଡଇ ଅବାଟେ ।
ରାତି ସରିଯାଏ ମନ ମରିଯାଏ
ସପନ ରହେ ଅଧୁରା
କହିବାକୁ ଇଚ୍ଛା କହିତ ପାରୁନି
ଦଉଛି କିଏ ଇସାରା ।
ମନତଳେ ଥିବା ସାଇତା କଥାକୁ
କହିବ କହିବ ହୁଏ
କାଳେ ଠକିଯିବ ବିଶ୍ୱାସ ତୁଟିବ
ବିବେକ ତା କହିଦିଏ ।
ସ୍ମୃତି ହୁଏ ଇତି ସରିଯାଏ ପ୍ରୀତି
ପୀୟୂଷ ହୁଅଇ ବିଷ
ଶରଧା ସେନେହ ବଞ୍ଚିବାର ମୋହ
ସବୁତ ହେଲାଣି ଶେଷ ।
ଭିନ୍ନ ଦୁନିଆରେ ଅଜବ ମଣିଷ
ମନେ ଆଶା ଅସୁମାରୀ
"ସମ୍ପର୍କ ବିହୀନ ଗଢ଼ା ଏ ଜୀବନ"
ଖେଳୁଛି ଚକା ଭଉଁରୀ ।
ଭାରତୀ ସାହୁ
ଯୁନିଦାପାଟଣା, ଦଶରଥପୁର, ଯାଜପୁର
ସତ କହିଛନ୍ତି, କାରଣ ଆଉ ନାହିଁ ସେ ସମ୍ପର୍କର ଆତ୍ମୀୟତା । ମଣିଷ ଆଜି ସ୍ୱାର୍ଥପର, ଯନ୍ତ୍ରବତ ଓ ଭିନ୍ନ ଦୁନିଆର ଜୀବ ପାଲଟିଛି ।
ReplyDelete