
ମହଙ୍ଗା କେତେକ ଅଛି,
ମଣିଷ ପଣିଆ, ବନ୍ଧୁତା ସମ୍ପର୍କ
ସ୍ନେହ ପ୍ରେମ ସବୁ କିଛି,
ମିଛ ବାକିରେ ମିଳୁଛି,
ମହଙ୍ଗା ହୋଇଛି ଏ ହାଟେ ଯେତେକ
ଭଲପଣ ଯାହା କିଛି ॥
ଶସ୍ତା ନିଷ୍ଠୁରତା ବର୍ବରତା ହିଂସା
ଅମାନୁଷିକତା ଧୋକା,
ସଂସାରହାଟରେ ସହଜରେ ମିଳେ
ପାହାଡ଼ ଉଚାରେ ଗଦା,
ଯେତେ କିଣିବ ସରେନି,
ମହଙ୍ଗା ଜିନିଷ କିଏ କିଣିବ
ମନ ସେପଟେ ବଳେନି ॥
ଆପଣାର ଜନ ପର ହୋଇଯାଏ
ପର ହୁଏ ଆପଣାର,
ପରକୁ ମହଙ୍ଗା ଦ୍ରବ୍ୟ ଦେଇ କିଣେ
ଧନ୍ୟ ମଣିଷ ବେଭାର,
ଆପଣାଙ୍କୁ ଶସ୍ତା ଦିଏ,
ସେପାଇଁ ଜୀବନେ ସଦା ହାହାକାର
ବଞ୍ଚଇ ଭିକ୍ଷୁକ ପ୍ରାୟେ ॥
ବିନୟ ମିଶ୍ର, ମଲ୍ଲୀପୁର, ନିଆଳ
ଦୂରଭାଷ - ୯୪୩୯୪୩୩୩୩୭