ପ୍ରେମ ଗଣିତ - ଦେବରାଜ ରଣା

0

ହୁଅନ୍ତା କି ଆଉଥରେ ପ୍ରେମ
କୁଲ ସମାଜେ ତୋର ହୁଅନ୍ତି ଜନ୍ମ,
ନୂଆ ରୂପ ଧରି ଆସିବି ସାଥୀ
ତୋ ଜାତି ଧର୍ମେ ଥିବ ନାମ ।

ଭାଗ୍ୟରେ ଲେଖିବି ଭାଗଫଳ ମୋର
ଭାଗବଣ୍ଟା କରିବି ନାହିଁ,
ହୃଦୟକୁ ମୋର ଯୋଗରେ ଯୋଡ଼ିବି
ଭାଗଶେଷ ରହିବ ନାହିଁ ।

ଅସହ୍ୟ ବେଦନା - ଦଉଛି ଯାତନା
ସ୍ମୃତି ପ୍ରେମର କ୍ଷଣିକ ଭାର,
ଦୋଷର ନିନ୍ଦୁକ କଳଙ୍କ କୂଳକୁ 
ଜାତି, ଧର୍ମ, ବର୍ଣ୍ଣ ମୋର ।

ଚୋରା ଚଇତିକୁ ଗଭୀର ପୀରତି
ନିଷ୍ଠୁର ଦୁନିଆର ରୀତି,
ପରମ୍ପରା ନାମେ ଭାଙ୍ଗିଗଲା ସବୁ
ଲୁହ ହେଲା ଜୀବନ ସାଥୀ ।

ସଜଫୁଲ ଥିଲା ପ୍ରେମ ଯେ ଆମର
କଣ୍ଟକିତ ଏହି ସବୁ ପ୍ରଥା,
ପ୍ରେମକୁ ମୋର ଗୁଣରେ ଗୁଣିବି  
ଫେଡ଼ିବାକୁ ନଥିବ ଜାତି ବ୍ୟଥା ।

ଚାଉଳଡ଼ିଆଁ, ଲାଠୋର, ବଲାଙ୍ଗୀର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ