ମରାଳ ବାହିନୀ
ବିଦ୍ୟା ବୁଦ୍ଧି ପ୍ରଦାୟିନୀ
ଦେବୀ ବୀଣାପାଣି ॥୦॥
ଶୁଭ୍ର ବସ୍ତ୍ର ପରିହିତା
ପଦ୍ମାସନେ ବିରାଜିତା
ନୟନେ କଜ୍ଜଳ ଗାର
ଗଳାରେ ଗଜ ମୁକୁତା
କପାଳେ ସିନ୍ଦୂର ଟୋପା
ବୀଣା ପୁସ୍ତକ ଧାରିଣୀ ॥୧॥
ଶିରରେ ଶୋଭେ ମୁକୁଟ
କର୍ଣ୍ଣରେ ରତ୍ନ କିରୀଟ
ଅଭୟ ମୁଦ୍ରା ହସ୍ତରେ
ଆନ ହସ୍ତେ ପଦ୍ମ ଶ୍ୱେତ
ସୁଦୟା ବଳେ ତୋହର
ଅଜ୍ଞାନ ବି ହୁଏ ଜ୍ଞାନୀ ॥୨॥
ମହାକବି କାଳିଦାସ
ପାଇଲେ ତୋ'ର ଆଶିଷ
ଲଭି ତୋର କୃପା ବାରି
କଟିଲା ମୂରୁଖ ଦୋଷ
କଣାଏ କରୁଣା କର
ତୋ ପାଦେ ଏହି ଦଇନି ॥୩॥
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।