ଶୂନ୍ୟ ଅପଯଶ - ଟୁକୁନା ସାହୁ

0
ମୁଖରେ ହାସ୍ୟ ଅନ୍ତରେ କଟୁରୀ
ମନଗଢା କଥା କହି
ସାଉଁଟେ ଦୁର୍ଜନ ସ୍ୱଳ୍ପ ଆନନ୍ଦ
ନିଜ ସତ୍ୟକୁ ଲୁଚାଇ ॥
ମିଳଇ ଖୁସି ଅବଶ୍ୟ ତାହାକୁ
ସତ୍ୟକୁ କରି ଗୋପନ
ପରିଶେଷେ ମିଳେ ନାନା ଯନ୍ତ୍ରଣା
ପାଏ ଯଥା ଅପମାନ ॥
କଳଙ୍କ ଛିଟା କରେ ହଟହଟା
ତୃପ୍ତି ମିଳେ ନାହିଁ ତିଳେ
ଲୋତକ କେବଳ ସଙ୍ଗରେ ରହେ
ଝରୁଥାଏ ସବୁବେଳେ ॥
ଭାଙ୍ଗେ ସାହସ ପାଇ ଉପହାସ
ବଢେ ଲାଞ୍ଛନା ଗଣ୍ଠିଲି
ଅତୀତ ହାସ୍ୟ ମନେହୁଏ ଦୃଶ୍ୟ
ମାନ ଗଲା ପରେ ଚାଲି ॥

ସାନ୍ତରା ପଲ୍ଲୀ, କନିଆରୀ, ଆସିକା, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ