
ବୋଳିଦେଲା ରଂଗ
ତୋ ଚଂଚୁ ଚରଣେ ଦେହେ ।
ତାନରେ ମଧୁର
ସୁଢୋଳ ଶରୀର
ମନୁଜ ମନକୁ ମୋହେ ।।
ତରୁ ଶାଖା ପରେ
ନିତି ରହୁ ତୁହି
ପକ୍ୱ ଫଳ କୋଳି ଖାଉ ।
ସକାଳୁ ବାହାରି
ସଂଜ ଆଗୁ ଫେରି
ସ୍ୱାଧୀନ ଜୀବନ ଜିଉଁ ।।
ଚକା ନୟନରେ
ଚକ୍ର ମାରି ଦେଖୁ
ଜଗତର ହାଲ୍ ଚାଲ୍ ।
ପର ଉପକାରେ
ଲୟ ରଖୁ ସଦା
ଖୁସିରେ ତୁ ମସଗୁଲ୍ ।।
ଡେଣାକୁ ହଲାଇ
ଆକାଶକୁ ଉଠୁ
ଲଂଘୁଚୁ ଜଙ୍ଗଲ ହ୍ରଦ ।
ମନଲୋଭା ରଂଗ
ବାଛି ବାଛି ଆଣି
ସଯାଉ ତୋ ଅଂଗ ମୁଖ ।।
କିଏ ସରି ହେବ
ତୋ ରୂପ ଗୁଣକୁ
ଶ୍ରମକୁ ପାରିବ କଳି ।
ପାଟୀ ଜ୍ଞାନ ରଖି
ସଂପର୍କ ସେତୁଟି
ସହଜେ ଦେଉଚୁ ତୋଳି ।।
ବାର ମାସ ବୁଲୁ
ଏଠାକୁ ସେଠାକୁ
ଛଅ ଋତୁ ତୋର ସଖା ।
ଜୀବଜଗତର
ଅଭିନ୍ନ ଅଂଗ ତୁ
ତୋ ବିନା ଜୀବନ ଫିକା ।।
ଚିକିଟୀ ଗଡ଼, ଗଞ୍ଜାମ