
ତୁମ ନାମ ନେଇ,
ଚକ୍ର ଆଢ଼ୁଆଳେ ପ୍ରଭୁ
ରଖ ଭାବଗ୍ରାହୀ ॥୧॥
ମିଛ ମାୟା ସଂସାରରେ
ସତ କିଛି ନାହିଁ,
ସେଥିପାଇଁ ଏତେ ଦୁଃଖ
ମାଡ଼ି ଆସେ ସାଇଁ ॥୨॥
ସତ ଯିଏ କହେ ଏଠି
ନାହିଁ ତା'ର ସ୍ଥାନ,
ଦୁଃଖ କଷ୍ଟ ସହି ସିଏ
କାଟି ଥାଏ ଦିନ ॥୩॥
ମିଛୁଆ ଆଜିର ଦିନେ
ଭାବୁଅଛି ଜ୍ଞାନୀ,
ସମାଜ ସମ୍ପତ୍ତି ଲୁଟି
ସାଜେ ମହାଦାନୀ ॥୪॥
ଏତେ ସବୁ ଦେଖି ତୁମେ
ସହୁଛ କେମିତି,
ମିଛୁଆ ପ୍ରଶୟ ପାଇ
କରେ ରାଜନୀତି ॥୫॥
ମିଛ ସତ କହି ସିଏ
ଭାଙ୍ଗେ କେତେ ଘର,
ଉପରେ ସିଞ୍ଚେ ସେ ପାଣି
କାଟି ଦେଇ ଚେର ॥୬॥
ଏତିକି ମିନତି ତବ
ଚରଣରେ ହରି,
ଏ ମିଛ ସଂସାରୁ ମୋତେ
କରି ଦିଅ ପାରି ॥୭॥
ରମାକାନ୍ତ ମାହାଳି
୨୫, ଭାଗବତ ସନ୍ଧାନ, ଭୁବନେଶ୍ୱର-୨୫