ଦୂରତା - ସିଦ୍ଧେଶ୍ୱର ତ୍ରିପାଠୀ

0

କେମିତି ଡାକିବି ତୁମକୁ ମୁଁ ଆଉ
ଗୋପନେ ଭେଟିବା ପାଇଁ
ତୁମେତ ସିଂଥିରେ ଭରିଛ ସିନ୍ଦୂର
ଆଉକାହା ହାତ ଛୁଇଁ ।
କହି ପାରିବିନି ପୀରତିର ଭାଷା
ଛୁଇଁ ପାରିବିନି ଦେହ
ନିରୋଳା ସଂଜରେ ସେଇ ନଈ କୂଳେ
କହି ପାରିବିନି ରୁହ ।
କୋଳେଇ ନେବାକୁ ଆଖିର ଇଶାରା
ଆଜି ଆଉ ଦିଅ କାହିଁ 
ତୁମେତ ସିଂଥିରେ ଭରିଛ ସିନ୍ଦୁର
ଆଉକାହା ହାତ ଛୁଇଁ ।
ମଲା ସପନରେ କାହିଁକି ଛିଞ୍ଚୁଛ
ପ୍ରେମ ମନ୍ତ୍ର ସଂଜୀବନି
ଆଗୋ ମରୀଚିକା ହେବି ଲୋକହସା
ଯମା ସହିପାରିବିନି ।
ତୁମ ସାହାନାଇ କାପାଇଁ ବାଜିଲା
ଯାହା ଲେଖିଥିଲା ବିହି 
ତୁମେତ ସିଂଥିରେ ଭରିଛ ସିନ୍ଦୁର
ଆଉକାହା ହାତ ଛୁଇଁ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ