ନୟନାଭିସାରେ - ମୀନାକ୍ଷି ପାଢ଼ୀ

0

ନଈକୂଳ, ବିଲ, ପାଟେ କାଶତଣ୍ଡୀ ହସେ,
ଶାନ୍ତ ମୁଖେ ସୁକୋମଳ, ସୁବିମଳ ବେଶେ
ସୁକୁମାରୀ ଯାଏ ନଇଁ ଲାଜରେ ଉସ୍ଵାସି,
ଝୁରାଝୁରା କେଶରରେ ବିଞ୍ଚି ରୂପ ରାଶି ॥

ସବୁଜ ପଥପ୍ରାନ୍ତରେ ଧବଳ ଛବି ଟି,
ବାସହୀନା, ଭାଷାହୀନା ଉଜ୍ଜ୍ୱଳି ଚହଟି,
ଶରତ ଆକାଶେ ଯହିଁ ଶୋହେ ରୂପାଜହ୍ନ,
ବସୁଧାରେ କାଶଫୁଲ ଶୋଭଇ ସମାନ ॥

ପବନ ସହିତ ଖେଳେ ମୋତେ ଛୁଁ ଖେଳ,
ସୁନାଖଡ଼ିକା ହୋଇଣ ସଖୀ ସଙ୍ଗେ ମେଳ,
ଦିବସେ ରୈ।ପ୍ୟ ପ୍ରତିମା, ରାତ୍ରୀରେ ରୂପସୀ,
ନିରବେ ଦଣ୍ଡାୟମାନ ଯେହ୍ନେ ଶୁଭ୍ରଶଶୀ ॥

ପଥପ୍ରାନ୍ତେ ଯାଉ ଆସୁ ଦିଶିଲେ ନୟନେ,
ଅଟକି ଯାଏ ମୁଁ ସ୍ଵତଃ ତୋ କାନ୍ତି ଦର୍ଶନେ ॥

ଚିକିଟିପେଣ୍ଠ, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ