ମହାବାହୁ - ଆର୍ତ୍ତତ୍ରାଣ ଖୁର୍ଡିଆ

0

ଧରି ପୁପ୍ପାଞ୍ଜଳି କରୁଛି ଅର୍ଦଳି
ମିନତୀ ଘେନିବ ମୋର,
ବିପଦ ଭଞ୍ଜନ ତୁମେ ଆର୍ତ୍ତତ୍ରାଣ
କରିନିଅ ଆପଣାର ॥

ପାପର ଦୀପାଳୀ ନାଶ ହେଉ ଜଳି
ଦୟାକର ପଦ୍ମମୁଖ,
ଦୁଃଖହାରୀ ପ୍ରଭୁ ତୁମେ ମହାବାହୁ
ମୋ ଲାଗି କିଆଁ ବିମୁଖ ॥

ସୃଷ୍ଟି ମୂଳାଧାର ତୁମେ ସ୍ରଷ୍ଟା ତା'ର
ଝରାଅ କରୁଣା ଧାରା,
ଶ୍ରୀ ଚକାନୟନ ହେ ବିଶ୍ୱବନ୍ଦନ
ଦେଖୁଛ ଭୁବନ ସାରା ॥

ଏଇ ମୋ ଜୀବନ ସବୁ ତୁମ ଦାନ
ଆଶିଷ ତୁମର ହେଉ,
ଦୁନିଆଁ ସଉଦା ହରି ନାମ ସଦା
କଣ୍ଠେ ମୋର ରହିଥାଉ ॥

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ