![](https://blogger.googleusercontent.com/img/b/R29vZ2xl/AVvXsEh8pGmbtf5zvK7UYezqdcQZHMQOZZ09uFo_hOoD7JptEneCtqcmOcqyxIyxWiK1Wqv-pz-ZW4JNhR7Gm5jLZXDpru5_I6biFD17bdZufTCr0QAoorBS0eJPClryezf69nQmZxOv6zl9tWOJk784UA1dAR7AhpknJeG30EzT4a0HpqPvVwK6Y1dM6z_3DA/w113-h171/asha.jpg)
ଜ୍ୟୋସ୍ନା ବିଧୌତ ରଜନୀ
ମରୁଭୂମିର ଉଷ୍ମ ବାଲି ତଳର ଶୀତଳତା
କେବେ ସାଜେ ତାଜମହଲର ଦୀର୍ଘ ନିଳୟ ତ,
କେବେ ପୁଣି ସୁନୟନାର ଉଷ୍ମ ଲୁହଧାର,
ଆଶା କେବେ କାହାପାଇଁ
ଅପେକ୍ଷାର ବିଡମ୍ବନା ତ,
କେବେ ପୁଣି ନବ ଉନ୍ମୋଚିତ
କାକଳୀର ଧ୍ୱନି...
ଜୀବନ ସଞ୍ଚାରର ଏକ ଧାରା ହେଉଛି ଆଶା,
ଯାହା ପ୍ରତିକ୍ଷଣେ ଉପୁଜେ
ଏକ ନିଭୃତ କନ୍ଦରରେ...
ଆଶା ପୁଣି ଏକ ଅକୁହା ଭାଷାର ଆହ୍ଵାନ,
ଯାହା ଆସେ,
ସଫଳତା ଓ ବିଫଳତାର ମାପକାଠି ଧରି
କେବେ କରେ ଜୀବନକୁ ରଙ୍ଗାୟିତ
ପୁଣି କେବେ ସାଜେ,
ବେସୁରା ଅର୍ଦ୍ଧଭଗ୍ନ
କୋଣାର୍କର ଦେବାଳୟ ପରି...
ମନ ଓ ବିବେକର ତିକ୍ତ ଅନୁଭୂତିର
ନୂତନ ସୃଷ୍ଟି ହେଉଛି ଆଶା,
ଅବା ସଞ୍ଜୁଆ ବେଳାର ନୀଳ ସାଗରରେ
ଅସରନ୍ତି ଢେଉ...,
ଆଉ ପୁଣି କେବେ,
ଧର୍ଷିତା ଗଙ୍ଗଶିଉଳିର ନିରୀହ ମହକ ।
ଗଙ୍ଗାମାତା ବଗିଚା, ନବକଳେବର ରୋଡ, ପୁରୀ