
ପ୍ରତ୍ୟେକ ଶବ୍ଦରେ ମିଠା ଭରିଥାଏ
ଅନୁଭବି ବୁଝିପାରେ,
କଥାର ମଧୁର ଶବ୍ଦର ମଧୁର
ମୁଖରେ ହିଁ ଜଣାଯାଏ ।
କେତେଦିନ ପାଇଁ ଏହି ରଙ୍ଗମଞ୍ଚେ
ଆସିଛନ୍ତି ଆମେ ଧାଇଁ,
ଅଭିନୟ ସାରି ଯେ ଯେଝା ବାଟରେ
ଯିବା ତ ରହିବା ନାହିଁ ।
କରିଯିବା ଆମେ ଏମିତି କରମ
ଝୁରୁଥିବେ ସର୍ବଜନ,
ଭଲକାମ କରି ଦୁଃଖୀରଙ୍କି ସେବା
କରି ବିତିଯାଉ ଦିନ ।
ଫକୀରମୋହନ ନଗର, ବାଲେଶ୍ଵର