କୁସୁମ କସୁମାକର - ହେମନ୍ତ କୁମାର ବରାଇ

0

କୁସୁମ କସୁମାକର ଚିର ଲାଳିତ୍ଯ
ସନ୍ଧ୍ଯା ସନ୍ଧ୍ଯାରାଗ ସନ୍ଧ୍ଯାପୁଷ୍ପୀ ରେ ଭୂଷିତ ||
ପ୍ରସରି ନାକ ପ୍ରଭା ପ୍ରଭାରେ ଶୋଭନୀୟ
ପ୍ରକୃତି କୃତି ଧରି ଭୂଧର ତନମୟ ||
କର ସବିତା ସ ବି-ତାନ ବିତାନ ନଭେ
ଘନ ଘନ ମଣ୍ଡିତ ରଙ୍ଗ ମଣ୍ଡିତ ନଭେ ||
ଦିବାକର କର ତେଜି ମଧୁର ପ୍ରଦୋଷ
ରସ ରସିତ ସରସୀ ବିମ୍ବ ଶୋଭା ବଶ ||
ମଞ୍ଜରୀ ଭାନୁ ଭାନୁ ଲଭିଣ ମଞ୍ଜୁ ରୀତି
ଅରୁଣ ଅରୁଣ କରେ ପନ୍ନା ସମ ଭ୍ରାନ୍ତି ||
ମଧୁପ ଧୂପ-ଧୂଳି ଗୋଧୂଳି ବିଳାସକୁ
ପ୍ରଗାଢ ଗାଢ କୁ ବନ୍ଦୀ ନିମିଳିତ ପଦ୍ମକୁ ||
କୁମୁଦ ମୁଦ ମୁଦିବା ତେଜ ପ୍ରଦୋଷ କୁ                           
କୁମୁଦବନ୍ଧୁ ଧବ ଧବଳ ଶୋଭା ଆବିଷ କୁ ||
ପଙ୍କଜିନୀ -କାନ୍ତ କାନ୍ତ ରୂପେ ପଙ୍କଜିନୀ
ଚନ୍ଦ୍ରକାନ୍ତ-କାନ୍ତ କାନ୍ତି ନିନ୍ଦିଲେ ନଳିନୀ ||
ଭ୍ରମର ବର ବର ଗୁଞ୍ଜନେ ବିମୋହିତ
ଏମନ୍ତ ମତ ମତ ତୁମ୍ଭ ଭାଗ୍ଯେ ନାହିଁ ତ ||
ଚିର ରଞ୍ଜିତା ଜିତା ଚନ୍ଦ୍ରିକା କି ବା ହେବ
ଉଷସୀ ଶଶୀ ତଥାପି ଶୂନ୍ଯପଥେ ଭବ୍ଯ ||
ଏମନ୍ତ ମଦନର କମନୀୟ ପ୍ରଦୋଷ 
କୋକିଳର କୁହୁତାନେ ହେଉଥିଲା ତୋଷ ||
ମଧୁପ ମଧୁପାନେ ହୋଇ ମଦଅଳସ
ସନ୍ଧ୍ଯାପୁଷ୍ପେ ଉପେକ୍ଷୀ ପାଦପରେ ସଂବେଶ ||

ରୁଷୁଡା, ବରଗଡ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ