
ଜମୁଛି ଭକ୍ତଙ୍କ ଭିଡ ।
ଶରୀର,ସଂସାର ଦେଖିବାକୁ ଏବେ,
ଭକ୍ତ କାଢିଲେଣି ଗୋଡ ।।
ଗୋପିମାନେ ସବୁ ହେଲେଣି ସଜେଇ,
ଆସୁଛନ୍ତି ମାନ୍ୟବର ।
ସିମେଣ୍ଟ ଗାଈର ଫୁଲିଲାଣି ଥନ,
ଝରିବ ଏଥର କ୍ଷୀର ।।
ମକରନ୍ଦ ପୁଣି ଝରିବ ପାଦରୁ,
ବିଭୂତି ବାଣ୍ଟିବେ ବାବା ।
ସେହି ବିଭୂତିରେ ରହିଯିବ ଗର୍ଭ,
ସଭିଏଁ ହୋଇବେ କାବା ।।
ହଜବ୍ୟାଣ୍ଡ ଯାହା କରି ନପାରୁଛି,
ମାନ୍ୟବର ଦେବେ କରି ।
ସେଥିପାଇଁ ପରା କେତେ ଯେ ନିଲଠି,
ଆଶ୍ରମେ ଗଲେଣି ଭରି ।।
ମାନ୍ୟବରଙ୍କର ପଲଙ୍କଟା ପୁଣି,
ଫୁଲରେ ସଜେଇ ହବ ।
ପଲଙ୍କ ସେବାରେ କେତେକେତେ ଗୋପୀ,
ସମର୍ପିବେ ତାଙ୍କ ଭାବ ।।
ଆଣ୍ଠୁଆ ଗୋପାଳ ରହସ୍ଯଟା ଆଉ,
ପାରୁନି ବର୍ଣ୍ଣନା କରି ।
ମୁହଁ ଲଗେଇକି ପିଇଯିବେ ବାବା,
ଗୋପୀ ଯିବେ ଲାଜେ ମରି ।।
ଗୋଲକୋଣ୍ଡା ସାଡେ ସରିଛି ବୁକିଙ୍ଗି,
ତା ସାଥେ ନାରୀ ଓ ମଦ ।
ଏଇଥର କିନ୍ତୁ ଏ ମିଡିଆବାଲା,
ବାରିପାରିବେନି ଗନ୍ଧ ।।
ଜିନ୍ସ୍ ଗେଟପ୍ ରେ ବାବା ଯେ ଆମର,
ଲାଗୁଥିବେ ହିରୋ ଭଳି ।
ସେହି ଗେଟପ୍ ର ସାନ୍ନିଧ୍ୟ ପାଇଁ କି,
ତରୁଣୀଙ୍କ ହେବ ମେଳି ।।
ବୀରେନ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
ଦୂରଭାଷ : ୭୦୦୮୭୯୩୬୬୩