ଝରାପତ୍ର ଶବ୍ଦ କୁହେ - ତପନ ଦୀକ୍ଷିତ

0

ଜୁଡୁବୁଡୁ ଜହ୍ନରାତି 
ଜଡ଼ସଡ଼ ଲାଜବନ୍ତୀ ଜହ୍ନ 
ଝଲମଲ ସ୍ମୃତିର ଅଗଣା ଆଉ 
ଉବୁଟୁବୁ ପ୍ରେମର ସପନ, 
ଗୋଟି ଗୋଟି ନିଶ୍ୱାସରେ 
ଭିଜା ଭିଜା ପ୍ରୀତିଫୁଲ ଗନ୍ଧ 
ଗୁମ୍ ସୁମ୍ ସହରଟା 
ଚାରିଆଡ ନୀରବ ନିସ୍ତବ୍ଧ,
ଟୁପ୍ ଟାପ୍ ଫୁଲଫୁଟେ 
ଝରାପତ୍ରେ କାହା ପାଦଶବ୍ଦ 
ଭାରି ଭାରି ଆଖିପତା ଛୁଇଁ 
ରିମ୍ ଝିମ୍ ଲୁହର ଆନନ୍ଦ, 
ସାଇଁ ସାଇଁ ପବନଟା 
ଧାଇଁ ଧାଇଁ ଚାଲିଯାଏ 
କହିଯାଏ କେତେ କଥା 
ଛପି ଛପି କେହି ଆସିବାର 
ଜହ୍ନ ଲେଉଟାଣି ବେଳ 
ଝରାପତ୍ର ଶବ୍ଦ କୁହେ 
ଛମ୍ ଛମ୍ ରାଗିଣୀଟା 
ବୋଧ ହୁଏ ତୁମ ନୂପୁରର...॥


ନାସିକେଶ୍ୱର, କାକଟପୁର, ପୁରୀ


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ