ଗରିବର ସାହା - ନିରାକାର ଚଇନି

1
ଏବେ କହୁଛନ୍ତି ମୋତେ ସାଇକେଲ
ଆଗେ କହୁଥିଲେ ଶୂନଗାଡି
ଦୁଇଟି ଚକରେ ସରସର ହୋଇ
ଆଗକୁ ଆଗକୁ ଯାଏ ମାଡି ॥୧॥

କ୍ରିଙ୍ଗ କ୍ରିଙ୍ଗ କ୍ରିଙ୍ଗ ଘଣ୍ଟିର ଶବଦ
କହେ, ମତେ ଛାଡିଦିଅ ବାଟ
ସଡକ ପଥରେ ମୁହିଁ ଏକା ଅଟେ
ଜଣିଏ ବୋଲିକି ସମରାଟ ॥୨॥

ଲୋଡେ ନାହିଁ ମୁହିଁ ପେଟ୍ରୋଲ ଡିଜେଲ
ପଇସା ଖରଚ କରେ ନାହିଁ
ଚକ ଦୁଇଟିରେ ପବନ ଥିଲେ ଟି
ଗଡି ଯାଇଥାଏ ସାଇଁ ସାଇଁ ॥୩॥

ଧୂଳି ଉଡାଏନି ଧୂଆଁ ବି ଛାଡେନି
ଶବଦ କରେନି ଢୋଓ ଢାଆ
ପରିବେଶର ମୁଁ ଉତ୍ତମ ସାଥୀଟେ
ଗରିବ ଲୋକର ଭାରି ସାହା ॥୪॥

ଆଜିକା ଯୁଗରେ ବଡ ଲୋକମାନେ
ମଣୁଛନ୍ତି ସିନା ମୋତେ ହୀନ
ମୋ' ପିଠିରେ ବସି ଯାତାୟତ କଲେ
ସୁସ୍ଥେ ବିତେଇବେ ତାଙ୍କ ଦିନ ॥୫॥

କଳିଗାଁ, ହାଟଡ଼ିହୀ, କେନ୍ଦୁଝର

ଦୂରଭାଷ : ୮୨୪୯୩୮୭୯୭୩

Post a Comment

1Comments
  1. ସତରେ ସାଇକେଲ ହିଁ ପରିବେଶ ଓ ଗରିବର ସାଥୀ । ବହୁତ ସୁନ୍ଦର କବିତା ।

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ