ସମାଧାନ - ବନମାଳା ପଟ୍ଟନାୟକ

0

ଜୀବନ ଯୁଦ୍ଧ ଭୂମେ ମନ ସେନାନୀ ନେଇ
ଦମ୍ଭ ସାହାସକୁ ସେନାପତି ବୋଲାଇ
କଣ୍ଠ ତୂଣୀ ମଧ୍ୟେ ବାକ୍ୟ ବାଣ ଭରି
ସମ୍ମୁଖ ସମରକୁ ଆସିଲି ଡରିମରି ।

ପ୍ରଣୟ ରଣ ଶିଙ୍ଘା ବାଜିଲା ଘନଘନ
ନିନ୍ଦା ଅପବାଦ ଗୁଳିଗୋଳା ବର୍ଷଣ
ବିବେକ ମନ୍ତ୍ରୀ ମୋ ରୁଦ୍ଧ କଲା ପଥ
ଜୀବନ ଯୁଦ୍ଧ ଭୂମେ ହୋଇଲି ଅସକତ ।

ଜୀବନ ଯୁଦ୍ଧଭୂମେ ଛତ୍ରଭଙ୍ଗ ଦେଲି
ଦିଗବିଜୟେ ଯାଇ ଅବଶେଷେ ହାରିଲି
ଶତ୍ରୁ ସ୍ମୃତି କୀଟ ଦଂଶି କଲା କ୍ଷତ
ଆଘାତ ଦେଇ ଶେଷେ ହୋଇଲି ମୁଁ ଆହତ ।

ଟାଙ୍ଗି, ଖୋରଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ