
ଓ ମୁଠେ ସଂସ୍କାରକୁ
କାନ୍ଧରେ ବହି
ଗାଁ ଦାଣ୍ଡର ଛାତିରେ
ରୁଣ୍ଡ ହୁଏ କୁଢ କୁଢ ଧର୍ମ
ବୋଉ କହେ ଏ ମୁହୂର୍ତ୍ତ
ପାପ ଧୋଇ ପୂଣ୍ୟ କୁ ସାଉଁଟିବାର.....।
ରାତିଚାରିରୁ ଠାକୁର ଘରର
ଫାଟକ ଡେଇଁ ବହିଆସେ
ବୋଉ କଣ୍ଠର
ଭାଗବତ ଓ ଗୀତାର ବାଣୀ
ଚଉରାମୂଳ ଆହା,
କାର୍ତ୍ତିକମହାତ୍ମାର ସ୍ୱରରେ ହୁଏ ମୁଖରିତ......।
ଦୀପ ଧୂପ ନୈବେଦ୍ୟର ବାସ୍ନାରେ
ବାସ୍ନାୟିତ ହୁଏ ମା ବୃନ୍ଦାବତୀ
ବୋଉ ତା ନିଜକୁ ହଜେଇ ଦିଏ
ଠିକ୍ ଦେବୀଟିଏ ପରି
ତା ସଂସାରର ସୁଖ ମନାସୀ........।
ବୋଉର ହାତ ତିଆରି ହବିଷାନ୍ନ
ପଞ୍ଚୁକକୁ ପାଞ୍ଚଗୁଣିତ କରେ
ପୁରାଣ କହେ ବାଳକ ମୁଖେ ଈଶ୍ୱର
ଏ ପଦକୁ ବୋଉ ନିଇତି ଘୋଷେ
ମୁଁ କହେ ନାରୀ ହିଁ କାର୍ତ୍ତିକର ପ୍ରତୀକ.....।
ସ୍ୱର୍ଣ୍ଣପ୍ରଭା ଖଟୁଆ
ଚଣ୍ଡିଖୋଲ, ଯାଜପୁର