
ହୃଦୟ ବିକିଛି ତୁମଠାରେ ପ୍ରଭୁ
ଭବଜଞ୍ଜାଳକୁ ତେଜି
ଚକାଡୋଳା ଆଖି ସାକ୍ଷୀ ରଖିଅଛି
ତୁମ ନାମ ପ୍ରେମ ହେଜି
ଦିନ ବିତେ ଭଜି ଭଜି....
ଶରଣ ପଶିଛି ଶ୍ରୀରଙ୍ଗା ଚରଣେ
ଭରସା ରଖିଛି ସେଠି
ନରକ ସାଉଁଟି ସରଗ ପାଇଛି
ମୁଁ ଜଣେ ହୀନ ଦୁଃଖୀ
କଳାବଦନକୁ ଗଣ୍ଠି ଧନ କରି
ବିଷୟା ମାୟାକୁ ଯୁଝି.... ॥୧॥
ଉଜୁଡା ସଂସାର ସଜାଡ଼ିଲ ମୋର
ରାହା ଦେଇ ସାହା ହୋଇ
ଭଙ୍ଗା ନାଆ ଟାରେ ନାଉରିଆ ହେଲ
କୂଳରେ ଦେଲ ଲଗେଇ
ବୈଷ୍ଣବ ଭେକରେ ମୋତେ ସଜେଇଲ
ସତସଙ୍ଗେ ଗଲି ମଜି
ହୃଦୟ ବିକିଛି ତୁମ ଠାରେ ପ୍ରଭୁ.... ॥୨॥
ଶାସ୍ତ୍ରୀ ନଗର, ପ୍ଳଟ ନଂ.୨୪୬(ପି)
ହାଲ-୧୫୬୮, ଭୁବନେଶ୍ଵର
ସମ୍ପର୍କ - ୯୯୩୭୧୩୮୩୯୯