ଶିହରୀ ଉଠିଲା ଦେହ,
କେବେଠୁ ଗୋଧୂଳି ଚାଲି ତ ଗଲାଣି
ମୋଡି ତା ଲାଲିମା ମୁହଁ,
ତୁମେ ନାହଁ ବୋଲି ସାରା ରାତି ଦେଖ
ବସିଛି ଶୁଖେଇ ମୁହଁ ॥୦॥
ଶୁନଶାନ୍ ରାତି ଟୁପ୍ ଟାପ୍ ହୋଇ
କହେ ମନ ତଳ କଥା,
ଏତେବଡ ଏଇ ଦୁନିଆଁରେ ନାହିଁ
ଶୁଣିବାକୁ ତା'ର ବ୍ୟଥା,
କଳା ଚାଦରର ତଳେ ମିଶେ ଯେତେ
ଏ ମନ ହତାଶ କୋହ,
ତୁମେ ନାହଁ ବୋଲି ସାରା ରାତି ଦେଖ
ବସିଛି ଶୁଖେଇ ମୁହଁ ॥୧॥
ଜୀବନର ରାଗ ନୀରବି ଯାଇଛି
ତୁମ ବିନା ପ୍ରିୟା ଆଜି,
ସାହସ ପାଉନି ଠିଆ ହେବାପାଇଁ
ମନ ବଳ ପଡେ ଭାଙ୍ଗି,
ଭଙ୍ଗା ମନ ନେଇ ସାରା ରାତି ଚାହିଁ
ତାତିରେ କମ୍ପୁଚି ଦେହ,
ତୁମେ ନାହଁ ବୋଲି ସାରା ରାତି ଦେଖ
ବସିଛି ଶୁଖେଇ ମୁହଁ ॥୨॥
ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭