
କିଏ ବୁଣେ ଅବିର, କଉଡ଼ି
କହିଯାଏ ଜୀବନ ଯାଏନି ସରି
ମଶାଣି ପାଖରେ ।
ତାତିଲା ଫଟାମାଟିକୁ
କିଏ ଧୁଏ ତରଳ ଆଖିରେ !
କେଉଁ ପରି ଖୋଜାହୁଏ
ଭଙ୍ଗାରୁଜା ଅବୟବ
ଅତୀତ ସ୍ୱପ୍ନର,
ଜହ୍ନରାତି ଅଙ୍କାହୁଏ
କେଉଁ କେଉଁ କଅଁଳ ଶବ୍ଦରେ !
କେଉଁ ହାତେ ପୋଛାହୁଏ
ବାରୁଦ ର ଧୂଆଁ, ଆକାଶର
କାକର ଓ କଇଁଫୁଲ
ଝଳି ଉଠେ କେଉଁ କଳ୍ପନାରେ !
ବାତ୍ୟାଧ୍ଵସ୍ତ ଧରଣୀ ଉପରେ
ବିଛାହୁଏ ବଗିଚା ଗୋଟାଏ
କାହା କରଣୀରେ,
ସାତରଙ୍ଗର ତୁଳୀ ଧରି
କିଏ ଯାଏ ଆକାଶର
କାନଭାସ ଆଡେ !!
ମାନମୟୀ ରଥ, ପୁରୀ, ଓଡିଶା
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।