
ଧାର୍ମିକର ସ୍ଥିତିରେ ବିଲୟ
ବଳଶାଳୀ ସେ ରାକ୍ଷସ ଗୋଷ୍ଠୀ
ଶକ୍ତି ହୀନ ଧର୍ମ ଭୂଜ ବଳ
ଲୁଚି ଦେଖ କାନ୍ଦଇ ଧରିତ୍ରୀ
କା ଆଗେ କହିବ ଦୁଃଖ
କୁସନ୍ତାନେ କି ଲାଭ ମିନତୀ ?
କିଏ କାନ୍ଦେ ? କିଏ କାନ୍ଦେ ଦେଖ !
କରେ କିଏ ବୁକୁ ଫଟା
କରୁଣ ରୋଦନ ?
ଉଷ୍ମତାର ଲୋତକରେ
ତରଳୁଛି ହୀମବାନ
ହିମ ଗିରି ଶୀର
ଅପବିତ୍ର ଗଙ୍ଗାର ଶରୀର
ଭାସି ଯାଏ ଦେଖ ତହିଁ
ଧରଣୀର ପାପର ପାହାଡ଼
ଭାସିଯାଏ ଗାଁ ଗଣ୍ଡା
ବିଲ ବାଡି ମଣିଷ ସମାଜ ।।
ଧ୍ଵଂସର ତାଣ୍ଡବ ଏଠି
ଧ୍ଵସ୍ତ ଆଜି ଧରିତ୍ରୀର ବକ୍ଷ ।
ବିଦୀର୍ଣ୍ଣ ତାହାରି ଛାତି
ଢ଼ୋକିଦିଏ ସେହୁ ଦେଖ
ଗରଳର ସ୍ରୋତ
ଅଧର୍ମର ଧରା ଦେଖ
ନିଶ୍ଚିହ୍ନ ହେଉଛି ଧୀରେ
ଧର୍ମର ଧ୍ଵଜା ଜାଗେ
ଉଡ଼େ ଫର ଫର ।
ଭୟ କର ଛୁଇଁବାକୁ ତାରେ
ପାପୀ ତୁମେ ଛୁଅଁନା ତାହାକୁ
ସେ ଯେ ଆମ ଧର୍ମଧ୍ଵଜା
ପବିତ୍ର ତ୍ରିରଙ୍ଗା
ଉଡ଼ିବାକୁ ଦିଅ ତାରେ
ପ୍ରେରଣା ସେ ଏ ଜାତିର
ମାଟିର ମହକ
ମାଟି ମା ହାତ ଠାରେ
ଡାକେ ତାର ସୁଯୋଗ୍ୟ ଦାୟାଦ
ପବନର ତାଳେ ତାଳେ
ଉଡ଼େ ସିଏ ଉଚ୍ଚେ ତୋଳି ଡାକ ।
ଇଂ ଗାୟତ୍ରୀ ତ୍ରିପାଠୀ
ଦୂରଭାଷ : ୯୯୩୭୮୭୧୩୯୦