ଖରାର ସ୍ନିଗ୍ଧ ତାତି,
ଚନ୍ଦ୍ରମଲ୍ଲୀକାର ମୁଗ୍ଧ ମାଧୁରୀମା
ଉଷୁମ୍ ଚାହାର ପ୍ରୀତି ।
ଶିଶିର ଝଲସି ଶେଯେ ଝରିଯାଏ
କେଳି କୁସୁମର ମୁଖେ,
ତମ ଦିନ ଶୂନ୍ୟ ମନା ଅଳସେଇ
ଯାହିତାହି ପ୍ରତ୍ୟାଶିତ ସୁଖେ ।
ଶୀତ,ତମ ରାତି ଅସୁମାରୀ ସ୍ବପ୍ନ
ରୂପା ତାରା ଟୋପା ଜହ୍ନ,
ପକ୍ଷୀ ବସା ଚିଉଁଥାଏ ଜୀଉଁଥାଏ
ଦରଦର ଅଭିମାନ ।
ଶୀତ,ତମେ ମୋ ପ୍ରେମିକ ପ୍ରେମ ଭଳି
କ୍ଷଣସ୍ଥାୟୀ ହୃଦଦାହି,
ହେଲେ ହେଁ ତମର ଆସିବା ବାଟକୁ
ଅପଲକେ ଥାଏ ଚାହିଁ ।
ଚିକିଟିପେଣ୍ଠ, ଗଞ୍ଜାମ