ରଥ ପଥ ଜଗନ୍ନଥ - ସଦାନନ୍ଦ ସାହୁ

0
ଚିର ଦୀପ୍ତିମୟ ସମୃଦ୍ଧି ବିଜୟ
ରଥ ପଥ ଜଗନ୍ନାଥ,
ଅପୂର୍ବ ଏ ପର୍ବ ବିଶ୍ୱରେ ବଦିତ
ଜୟ ଜୟ ଜଗନ୍ନାଥ ।
ବରଷକେ ଥରେ ରଥଚକ ଗଡ଼େ
ପ୍ରଭୁଙ୍କ ମହିମା ବହି,
ଭଗ୍ନୀ ଭ୍ରାତା ସଙ୍ଗେ ପ୍ରଭୁ ଜଗନ୍ନାଥେ
ଐଶ୍ଚର୍ଯ୍ୟ ପରବ ଏହି ।
ଭକତ ଜନର ଏ ପ୍ରିୟ ଠାକୁର
ଭକତ ଭାବରେ ବନ୍ଧା,
ପତିତର ଦୁଃଖ ହରେ ଜଗନ୍ନାଥ
ସେଥିପାଇଁ ରଥଯାତ୍ରା ।
ରଥରେ ଦର୍ଶନ ସତେ ମହାଭାଗ୍ୟ
କୋଟି ଜନମର ପୁଣ୍ୟ,
ରଥାରୂଢ଼ ପ୍ରଭୁ ହରନ୍ତୀ ଦୁଃଖକୁ
ଶୂନ୍ୟ ହସ୍ତ ହୁଏ ପୂର୍ଣ୍ଣ ।
କର୍ମବେଦୀ ଛାଡ଼ି ଆସନ୍ତି ଓହ୍ଲେଇ
ଜନ୍ମବେଦୀ ଅଭିମୁଖେ,
ମାଉସୀର ସ୍ନେହ ସୁଖର ସୌହାର୍ଦ୍ଦ୍ୟ
ପୋଡାପିଠା ବାନ୍ଧି ରଖେ ।
ଶିରିକ୍ଷେତ୍ର ମଣି କାଳିଆ କହାଣୀ
ରଥଯାତ୍ରା ମନ ବାଞ୍ଛା
ଭକ୍ତ ଟାଣିଧରେ ରଥ ଦଉଡିକୁ
କାଳିଆର ଥିଲେ ଇଛା ।
କେତେ ସ୍ମୃତି ଗାଥା ରଥଯାତ୍ରା କଥା
ଏ ବିଶ୍ୱ ପାଳୁଛି ପ୍ରଥା,
ଜଗନ୍ନାଥମୟ ଏ ସାରା ସଂସାର
ଭକ୍ତଜନ ଗାଏ ଗାଥା ।
ଘଣ୍ଟ ହୁଳ ହୁଳି ପଡଇ ଉଛୁଳି
ରଥ ଯାଏ ଗଡି ଗଡି,
ଆହେ ଜଗନ୍ନଥ ହୁଅ ହେ ସଦୟ
ସବୁ ପାପ ଯାଉ ଛାଡି ।

ସଦାନନ୍ଦ ସାହୁ

ଧୁରୁସିଆ, ଆଠଗଡ଼, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ