ନମାମି କୃଷ୍ଣ ନାଗର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ଗୋପପୁର ନୂଆ ନାଗର
ନାବକେଳି ଲମ୍ପଟିଆ
ଗୋପବାଳୀ ବସ୍ତ୍ର ଚୋର
ନମାମି ନଟ କୁଟିଆ ।।

ନୀଳ ଘନ‌ କାନ୍ତି ସୁନ୍ଦର
କୃଷ୍ଣ କଦମ୍ବ ମୂଳିଆ
ଗୋବିନ୍ଦ ମନ୍ଦର ଧର
ନମାମି ବନମାଳିଆ ।।

ମୋହନ ମୂରଲୀଧର
ଶିଖୀ କଳାପ ଚୂଳିଆ
ରାଧା ରାଣୀ ମନଚୋର
ଗୋପପୁର ଚନ୍ଦ୍ର ଉଦିଆ ।।

କୁଞ୍ଜ କାନନ ସୁନ୍ଦର
ଦୁର୍ଦ୍ଦାନ୍ତ କାଳି ଦଳିଆ
(ଅଶେଷ) ଜନ୍ମାର୍ଜିତ ପାପ ଚୋର
ନମଃ ଚିତ୍ତ ବିନୋଦିଆ ।।

ଶ୍ରୀବତ୍ସ ଲାଞ୍ଛନ ଧର
ସୁରେଶ୍ଵର ହେ ଶ୍ରୀଧର
ଦଇତାରି ଦାମୋଦର
ନମାମି ନୀଳ ସୁନ୍ଦର,
ନମୋ ନମଃ ନମୋ କାଳିଆ ।।

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ - ୮୨୪୯୨୩୪୧୪୩

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ