
ନିଛାଟିଆ ଗୋଟେ ଲମ୍ବା ପଥେ
ଚଳ ଚଞ୍ଚଳ ମନତୁ ଭାରି ଅମାନିଆ,
କଥା କଥା ରେ ଭରି ଦଉ ନିଷ୍ଫଳ ପ୍ରେମ
ଆଜି ଏଠି କାଲି ନାହିଁ କେଡେ ବେମାନିୟା ।।
ଚଞ୍ଚଳ ମନେ ଭରି ନିଷ୍ଫଳ ପ୍ରେମ
ଗଢ଼ିଦଉ ମନେ କାଗଜ ଡଙ୍ଗା ର ଲାଳସା,
ବେଳ ଥାଉ ଥାଉ ନ ବର୍ତ୍ତିଲେ ବାପ
ନେଇଯାଉ ମନେ ବାନ୍ଧି ନାନା ବସା ।।
ଥରେ ସମୟ ଚାଲିଗଲେ ଯେବେ
ଆଉ କି କଣ କିଛି ଲାଭ,
ବେଲ ଥାଉ ଥାଉ ତ
ନ କରି ପାରିଲୁ ତାକୁ ଠାବ ।।
ନିଷ୍ଫଳ ପ୍ରେମ ମାୟାଜାଲେ ବାନ୍ଧି
କାମଦେବ କରିଥିଲା କି ମାୟା ,
ଭଲ ମନ୍ଦ ଆଗେ ଦିସୁଥାଇ ମଧ୍ୟ
ଲଗାମ ଛୋଡ ହୋଇଲୁ ରେ ବାୟା ।।
ଜହ୍ନ ଆଲୁଅ ନିଛାଟିଆ ରାତିରେ
ଗଢ଼ି ପ୍ରେମ ସମ୍ପର୍କ ତୀର,
ମୁଢ଼ ହଜେଇଲୁ ମୂଲ୍ୟବାନ
ସମୟ ଜୀବନ ର ତୋର ।।
କରି ସାରି ନିଷ୍ଫଳ ପ୍ରେମ ସେହି
ନିଛାଟିଆ ଜହ୍ନରାତି ଆଲୁଅ ରେ,
ପଛକୁ ଚାହିଁ ଦେଖିଲେ ଶରୀର
ପୁଣି ସେହି ବାସି ବିଛନା ଉପରେ ।।
ଆୟୁଷ ବଢ଼ାଇ
ସ୍ନାତକ ୨ୟ ବର୍ଷ ବାଣିଜ୍ୟ,
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ୱଲପୁର