ଭାରି ଭଲଲାଗେ - ପ୍ରକାଶ କୁମାର ଚାନ୍ଦ

0

ଭାରି ଭଲଲାଗେ ଗାଆଁ ସକାଳ
ଭାରି ଭଲଲାଗେ କଂସେ ପଖାଳ
ଭାରି ଭଲ ଏଇ ଖରା,
ଭଲଲାଗେ ବୋଲି ବରଷା ବସନ୍ତ
ସୁନ୍ଦର ଦିଶଇ ଧରା ।।

ଭାରି ଭଲଲାଗେ ମାମୁଁଘର ଗାଆଁ
ଭାରି ଭଲଲାଗେ ଶୁଣିଲେ ତା ନାଆଁ
ଭଲ ଆମ ଅଜା ଆଈ,
ଭଲଲାଗେ ଯେବେ ବୋଉ ସାଥେ ଯାଏ
ଘାଟେ ଡଙ୍ଗା ପାରି ହୋଇ ।।

ଭାରି ଭଲଲାଗେ ଗାଆଁ ସାଙ୍ଗସାଥୀ
ଭାରି ଭଲଲାଗେ ଗାଆଁ ଜହ୍ନରାତି
ଭଲଲାଗେ ଚାଟଶାଳୀ,
ଭାରି ଭଲ ଗାଆଁ ପାଣି ପବନ
ଧୂଳି ଚନ୍ଦନଠୁ ବଳି ।।

ଭାରି ଭଲଲାଗେ ବଣ ପାହାଡ
ଭାରି ଭଲଲାଗେ ଝରଣା କୂଳ
ଚଢେଇ ଗାଇଲେ ଗୀତ,
ଭାରି ଭଲଲାଗେ ଗୋଧୂଳି ବେଳାରେ
ତପନ ହୋଇଲେ ଅସ୍ତ ।।

ଭାରି ଭଲଲାଗେ ମାଆର ଗାଳି
ଭାରି ଭଲଲାଗେ ଭଉଣୀ ଅଳି
ବାପାଙ୍କ ଆକଟ ମାଡ,
ସେହି ଘରେ ଆମେ ଏକାଠି ରହୁ
ସରଗଠାରୁ ସେ ବଡ ।।

ଜୟପୁର ଶାସନ, ପିପିଲି, ପୁରୀ
ଦୂରଭାଷ : ୯୮୫୩୩୫୪୯୩୮

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ