ଭିନ୍ନ ଏକ ଦୋଛକିରେ - ସିଦ୍ଧେଶ୍ଵର ତ୍ରିପାଠୀ

0

କେମିତି ତା'ପାଇଁ  ସିନ୍ଦୁର କିଣିବି
ଦୁରୁ ଯେ ଆସୁଛି ଧାଇଁ
ସେ କାହୁଁ ଜାଣିବ ଏଇ ଛାତିତଳେ
ଆଜିବି ଅତୀତ ଛାଇ ।

ଦେହ ଦହନକୁ ମାପି ସେ ପାରିବ
ମନ ଗହନକୁ ନୁହେଁ
ମିଛ ହସ ହସି କେମିତି କହିବି
ତୁମକୁ ମୁଁ ଭଲପାଏ ।

ସେ ଦୁଇ ଆଖିକୁ ଭୁଲି ପାରିବିନି
ନୂଆ ଠିକଣା ଟେ ପାଇ
କେମିତି ତା' ପାଇଁ ସିନ୍ଦୁର କିଣିବି
ଦୁରୁ ଯେ ଆସୁଛି ଧାଇଁ ।

ଏପଟରେ ହସ ସେଠି ଅବଶୋଷ
ମଝିରେ ଏଇ ଜୀବନ
ଭୁଲିକି ପାରିବି ବସନ୍ତ ଗୀତିକୁ
ହାତେ ଧରି  ନୂଆ ଜହ୍ନ ।

ଅଲିଭା ଦାଗକୁ ଶେଷ ଦିନ ଯାଏ
ଲିଭାଇ ପାରିବି ନାହିଁ
କେମିତି ତା' ପାଇଁ ସିନ୍ଦୁର କିଣିବି
ଦୁରୁ ଯେ ଆସୁଛି ଧାଇଁ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ