
ପୁତ୍ର ଦାରା ସୁତା ଛାଡ଼ି
ଅଢେଇ ଦିନର ଖେଳ ଏ ସଂସାରେ
ବିଅର୍ଥେ ଛାଡନ୍ତି ରଡି
ସବୁ ମୋର ମୋର କହି
ଆଖି ବୁଜିଗଲେ ଅସାର ସଂସାରେ
ପଡି ରହେ ଥେଣ୍ଟ ପାଇଁ ।୧।
ନାହିଁ ବଡ ସାନ ବିଚାର ଏ ପୁରେ
ବିଚାର କରତା ଜଣେ
ଧର୍ମ ଦଣ୍ଡି ଧରି ବିଚାର କରନ୍ତି
କର୍ମ ଫଳ ପ୍ରତିକ୍ଷଣେ
ଲୁଚି ପାରିବନି କେହି
ଏ ମାୟା ସଂସାରେ କେହି ନୁହେଁ କା’ର
ପଦ୍ମ ପତ୍ରେ ଜଳ ପରି।୨।
ପଙ୍କରୁ ପଙ୍କଜ ଗୋଲାପ କଣ୍ଟାରୁ
ବଣମଲ୍ଲୀ ବନେ ଫୁଟେ
ଗଙ୍ଗ ଶିଉଳିଟି ଦୁଇ ଦଣ୍ଡ ପାଇଁ
ତାପରେ ଭୂଇଁରେ ଲୋଟେ
ମହତେ ମହତାଶ୍ରୟ
ଏଠି ବଇକୁଣ୍ଠ ନରକ ବି ଏଠି
ସୁଖ ଶାନ୍ତି ନିରାମୟ ।୩ ।
ପରମାନନ୍ଦ ତ୍ରିପାଠୀ
ବିଦୁ, ବାହାନଗା, ବାଲେଶ୍ଵର