ଆତ୍ମ ପରିଚୟ - ସଲିଳ କୁମାର ସ୍ଵାଇଁ

0

ଆରତ ଜନଙ୍କୁ ପାରିକର ବୋଲି
ନାମ ତୁମ ଆର୍ତ୍ତତ୍ରାଣ
ଦୀନ ଜନଙ୍କର ବନ୍ଧୁ ଦୀନବନ୍ଧୁ
ଆହେ ପ୍ରଭୁ ନାରାୟଣ
ଫବିଟିଏ ମୁଇଁ ଜାଣ
କବିଟିଏ ବୋଲି ମିଳିଚି ସ୍ବୀକୃତି
ମାନପତ୍ର ପଣପଣ ।।
କବିଶ୍ରୀ ପ୍ରଜ୍ଞାଶ୍ରୀ କବିତା ଭାରତୀ
କବି କୁଳମଣି ରବି
ନକ୍ଷତ୍ର କବି’ଙ୍କ ନୂତନ ଦିଗନ୍ତ
ଅଟଇ କଲ୍ଲୋଳ କବି
ତାଲିକା ଯାଇଚି ନମ୍ବି
କୋଉ ଉପାଧିଟା ଆଗରେ ନଗେଇ
ନୋକଙ୍କୁ ଦେଖେଇ ହେବି ?
ମୁଖପୁସ୍ତିକାରେ ଅନେକ ଫଲୋର
ଲାଇକ କମେଣ୍ଟ ମାଳ
‘ତପସ୍ବିନୀ’ ପରି ଯଦି ମୁଁ ନେଖନ୍ତି
ଯାଆନ୍ତି ଗ୍ରହ ମଙ୍ଗଳ
‘ଯାଦୁ’ସହ କରି ଖେଳ
ମଙ୍ଗୁଳା କବି’ର ହାଆଡ କପିଟା
ବୁଲନ୍ତି ପକେଇ ମାଳ ।।
ସାହିତ୍ୟ ନାଆଁରେ ଯେତେକ ସଂସଦ
ବେପାରୀ ଶହେରୁ ଅଶୀ
ମାନପତ୍ର କିଣା-ବିକା ମୂଲଚାଲ
କିଣାଳି ବିକାଳି ଖୁସି
ସେଲଫି ମୁରୁକି ହସି
କାନ୍ଧରେ ଗାମୁଛା ଓଠେ ଲିପିଷ୍ଟିକି
ଗେଣ୍ଡୁଫୁଲ ମାଳ ବାସି ।।
ଆଇ ଏନ ଆର କୋଡିଏ ହଜାର
ଯଦି ପକଟରୁ ଦବ
ଯାହା ନେଖ ପଛେ ପରବାୟ ନାଇଁ
ବହି ତମ ଛପା ହବ
ସଭିଙ୍କୁ ଜଣେଇ ଦବ
ଚିଲିକା ଭିତର ଚଢେଇହଗାରେ
ନାଆଁ ତମ ନେଖାହବ ।।
ସମାବରତନ ବାର୍ଷିକ ଉତ୍ସବ
ମୌସୁମୀ କବିତା ପଢା
ଶୀତୁଆ ଆସର ଶାରଦୀୟ ସଂଜ
ବହି ପୁଳେ ନେଇ ଖାଡା
ଅଲାଜୁକ ମୁଖେ ଖଡା
ଦାନ୍ତକୁ ନିକୁଟି ବହି ଦେଇ କହ
ଶଏ କି ଦୁଇଶ ଲୋଡା ।।
କବିବର କବି–ଚନ୍ଦ୍ର–ସୂର୍ଯ୍ୟ–ସନ୍ଥ
ପ୍ରେମିକ ପ୍ରକୄତି କବି
ଉତ୍କଳ ଭାରତୀ କବିଙ୍କ ସମ୍ରାଟ
କାନ୍ତ-ବ୍ଯାସ–ଆଦି-କବି
ଘଣ୍ଟ ଓ ବିଦଗ୍ଧ କବି
ମାନପତ୍ର କିଣି ବହି–ଛାପି–ବିକି
ପଛରେ ପକେଇ ଦେବି ।।


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ