
ପଶ୍ଚିମ ଆକାଶେ ଲୋହିତର ଛବି
ଦିନ ମଣି ଦେଲେ ବୁଣି
ସକଳ ଜୀବର କର୍ମ ତତ୍ପରତା
ଶୀତଳତା ଆସେ ପୁଣି ll
ସୂର୍ଯ୍ୟ ଲୁଚି ଯାନ୍ତି ପାହାଡ଼ ପଛରେ
ଉଦୟ ପଥକୁ ଚାହିଁ
ଫେରିବାକୁ ପ୍ରତି ଶ୍ରୁତି ଦେଇଛନ୍ତି
ଧରଣୀର ସେବା ପାଇଁ ll
ଜୀଵନ ସଳିତା ସରିସରି ଆସେ
ଜୀଵନ ସଳିତା ସରିସରି ଆସେ
ପଥ ଅଛି ବହୁ ଦୂର
ଅଙ୍କା ବଙ୍କା ପଥ ଭାରି ଅସଜଡା
ଖେଳ ଛାଇ ଆଲୁଅର ll
ସତ ମିଛ ଆଉ ପାପ ପୂଣ୍ୟର
ରାସ୍ତା ହୁଏ ଅତି କ୍ରମ
ଜୀଵନ ନୁହଇଁ ଗୋଲାପର କଢି
କଣ୍ଟା ଧାରେ ପଥ ସମ ll
ନିନ୍ଦା ପ୍ରଶଂସା ଘାତ ପ୍ରତିଘାତ
ଉପଲବ୍ଧ ପ୍ରତି ପାଦେ
ମିଳନ ବିଚ୍ଛେଦ ସୃଷ୍ଟିର ନିୟମ
ନିଷ୍ପ୍ରଭ ଆଲୋକ ଅଧେ ll
ଦୁଃଖରେ କାତର ସୁଖରେ ଅଧୀର
ସଜୀଵ ଜନଙ୍କ ପାଇଁ
ଲକ୍ଷ୍ୟ ପାଇବାକୁ ବାଧା ବିଘ୍ନ ଆସେ
ଧୈର୍ଯ୍ୟ ଲୋଡ଼ା ଏଥି ପାଇଁ ll
ସ୍ନେହ ପ୍ରେମ ଲୋଡ଼ା କର୍ମ ଜୀବନରେ
ବଞ୍ଚିବାର ଆଶା ନେଇ
ଆଦର ସମ୍ମାନ ଯେଉଁ ଘରେ ଥାଏ
ଶାନ୍ତି ନିଦ୍ରା ଆସୁ ଥାଇ ll
ଦିନ ବିତି ଯାଏ ଆୟୁ କ୍ଷୟ ହୁଏ
ଶାନ୍ତି ଟିକେ ଲୋଡ଼ା ପାଇଁ
ଅଭିମାନ ଛାଡି ବଂଚିବା ଶିକ୍ଷିଲେ
ତୃପ୍ତି ମିଳେ କେତେ କାହିଁ ll