ମହିଷା ମର୍ଦ୍ଦିନୀ - ରାମଚନ୍ଦ୍ର ପ୍ରଧାନ

0
🙏🏼 🙏🏼ମହିଷା ମର୍ଦ୍ଦିନୀ 🙏🏼🙏🏼

ମହିଷା ମର୍ଦ୍ଦିନୀ ଦୁର୍ଗତି ନାଶିନୀ
ତୁମେ ପରା ମହାମାୟା
ଜଗତ ଜନନୀ ମା ସିଂହବାହିନୀ
ସକଳ ଜନଙ୍କ ସାହା...
ଦୁଃଖ ବିନାଶିନୀ ସୁଖ ପ୍ରଦାୟୀନି
ସଙ୍କଟ ହାରିଣୀ ମାଆ
ବ୍ରହ୍ମlଙ୍କ ବ୍ରହ୍ମlଣୀ ବିଷ୍ଣୁଙ୍କ ମୋହିନୀ
ଶିବଙ୍କ ଘରଣୀ ମାଆ...
ତୁମ ଆଗମନେ ହସେ ଏ ଜଗତ
ଘରେ ଘରେ ତୁମ ପୂଜା
ତୁମ ଆଵାହନେ ନାଚନ୍ତି ଭକତ
ବାଜୁ ଥାଏ ଢୋଲ ବାଜା...
ତୁମେ ଦଶଭୁଜା ତୁମେ ପୁଣ୍ୟତୋୟା
ଝରାଅ ସ୍ନେହର ସୁଧା
ତୁମେ ଦଶବିଦ୍ୟା ବିଶ୍ୱ ବନ୍ଦନୀୟା
ରକ୍ଷା କର ଏ ବସୁଧା...
ଅବତରି ଆସି ଏ ଧରା ଧାମକୁ
ନାଶ କର ଦୁଷ୍ଟଜନ
ଧର୍ମ ରକ୍ଷା କରି ଆଣି ଦିଅ ପ୍ରେମ
ରଖ ସାଧୁଜନ ପ୍ରାଣ...

ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ

ରଚନା : Rama chandra pradhan

ଠିକଣା : ଗ୍ରାମ :ସାନ୍ତରାପଲ୍ଲୀ, ପୋଷ୍ଟ :କନିଆରୀ
ଭାୟା :ନୂଆ ଗାଁ, ପିନ :761111 ଫୋନ ନମ୍ବର : 9861638736


Post a Comment

0Comments
Post a Comment (0)