"ମୋ କାବ୍ୟକୁଞ୍ଜରେ ଆସ ଗୋ କବିତା"
ମୋ କାବ୍ୟକୁଞ୍ଜରେ ଆସ ଗୋ କବିତା
ପ୍ରୀତିଭରା କଣ୍ଠେ ଦିଅ ନୂଆ ବାର୍ତ୍ତା।।
ଜାଣିନାହିଁ ମୁହିଁ ତୁମର ସ୍ବରୁପ
ଭାବନା ରାଇଜେ ଆଙ୍କିଦେବି ରୂପ।।
ତୁମ ଶରୀରର ଜାଣିନି ଲକ୍ଷଣ
ମାନ ଅଭିମାନେ ବିତେ ପ୍ରତିକ୍ଷଣ।।
ପ୍ରକୃତ ପ୍ରକୃଷ୍ଟ ଅଭିମତ ନେଇ
ମୋ କାବ୍ୟକୁଞ୍ଜରେ ଆସ ତୁମେ ଧାଇଁ।।
ବାଗ୍ ଦେବୀଙ୍କର ଆଶୀର୍ବାଦ ନେଇ
ଧ୍ୱନି, ବର୍ଣ୍ଣ,ପଦେ ଗଢିବି ସଜାଇ।।
ମୋ କାବ୍ୟ କୁଞ୍ଜରେ ତୁମେ ସାଥୀ ମୋର
ଆସ ଗୋ କବିତା ଘେନି ପୁଷ୍ପହାର।।
କବିତା ଗୋ ତୁମେ ଗଣ୍ଠିଧନ ମୋର
ଉପହାର ସାଜ ମୋ କାବ୍ୟକୁଞ୍ଜର।।
ସୁନୀଲ କୁମାର ବେହେରା (ଶିକ୍ଷକ)
ନୂଆଗାଁ- ବଡପାରୀ/ଟାଙ୍ଗୀ/ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬।
୯୩୪୮୫୪୭୯୪୧।