ପ୍ରଣୟ ଚିନ୍ତନ - ତପନ ଦୀକ୍ଷିତ (ବେଳାଭୂମି)

0
ଘନ ଘୋର ଦିନ ବିରହୀ ଏ ଦୀନ
ଭାଳେ  ପରାଣ ଉଚ୍ଛନ୍ନେ
ଦୂରେ ତୁମେ ତୁମ  ପ୍ରବାସେ ପ୍ରବାସୀ
ମଗ୍ନ  ପ୍ରଣୟ ଚିନ୍ତନେ,

ବରଷା ବାସରେ  ନିଭୃତ ନିଶିରେ
ରଚୁଥିବା ଯେବେ କେଳି
ଦେଉଥିବି ଉଷ୍ମ ଚୁମ୍ବନ ପରଷି
ସରାଗେ  ଅଙ୍କେମୋ   ତୋଳି,   

ମୁକୁଳା  କବରୀ ଶ୍ରାବଣ ଅସରା
ଦେହେ ଦେଉଥିବ ଢାଳି
ବନ୍ଧନ  ଥିବ  ବାହୁବଲ୍ଳରୀର
ରାତି ଆସୁଥିବ ଢଳି,

କରୁଥିବ ତୋଷ  ନଧରି ମୋ ଦୋଷ
ରହି ରହି ଦଣ୍ଡେ ଦଣ୍ଡେ
ପ୍ରଣୟ  ଯୁଇରେ   ଯାଉଥିବି ଜଳି
ତୁମ ନାମ ଥିବ ତୁଣ୍ଡେ ।।

ତପନ ଦୀକ୍ଷିତ(ବେଳାଭୂମି) 
ନାଶିକେଶ୍ୱର, କାକଟପୁର, ପୁରୀ

Post a Comment

0Comments
Post a Comment (0)