ତୁମ ପାଦେ ସମର୍ପିତ - ସଂଯୁକ୍ତା ରାଉତ

ତୁମ ପାଦେ ସମର୍ପିତ - ସଂଯୁକ୍ତା ରାଉତ

ମୁଁ ହଜିବାକୁ ଚାହେଁ ତୁମ 
ଦିବ୍ୟ ପ୍ରେମର ସ୍ପର୍ଶରେ
ମୁଁ ଭିଜିବାକୁ ଚାହେଁ ତୁମ
ସ୍ନେହମୟ ନୀଳିମାରେ ୲୲

ସୁମଧୁର ସେ ବଂଶୀ ତାନେ
ହୃଦ ସଦା ବ୍ୟାକୁଳିତ
ଏ ଜୀବନର ସବୁ କିଛି
ତୁମ ପାଦେ ସମର୍ପିତ ୲୲

ହେ କୃଷ୍ଣ ! ଆସ ,ଆସ ତୁମେ
ଝୁରେ ନେଇ ରାଇ ମନ
ଝୁରୁଛି , ଝୁରୁଥିବ ଆତ୍ମା
ତୁମ ପ୍ରେମ ଚିରନ୍ତନ ୲୲ 

Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 06, 2019

0 Comments