
ଫୁଲ ତ ଯାଇଛି ଝଡି
ନିଦ ତ ଅଛି ସପନ ନାହିଁ
ଲୋତକ ଯାଉଛି ଗଡି ।।
ମଳୟ ଅଛି ମହକ ନାହିଁ
ବାସ ତ ଯାଇଛି ହଜି
ସାଗର ଅଛି ତରଙ୍ଗ ନାହିଁ
ବେଳାଭୂଇଁ ଖୋଜେ ଆଜି ।।
ଜହ୍ନ ତ ଅଛି ଜୋଛନା ନାହିଁ
ଫିକା ଫିକା ମଧୁରାତି
ଗୋଲାପ ଅଛି ବାସନା ନାହିଁ
କଣ୍ଟକିତ ସ୍ନିଗ୍ଧ ପ୍ରୀତି ।।
ସଂଗୀତ ଅଛି ମୂର୍ଚ୍ଛନା ନାହିଁ
ବେସୁରା ହେଲାଣି ଗୀତି
ହୃଦୟ ଅଛି ସ୍ପନ୍ଦନ ନାହିଁ
ଲିଭି ଲିଭି ଯାଏ ଜ୍ୟୋତି ।।
ଜୀବନ ଅଛି ଯୌବନ ନାହିଁ
ଶିଥିଳତା ଯାଏ ଛୁଇଁ
ଯନ୍ତ୍ରଣା ଅଛି ପୁଲକ ନାହିଁ
ସଂଜ ଆସେ ନଇଁ ନଇଁ ।।
ଆକାଶ ଅଛି ରଂଗ ତ ନାହିଁ
ବଉଦ ଗଲାଣି ଛାଇ
ଶ୍ରାବଣ ଅଛି ବରଷୁ ନାହିଁ
ଫୁଟୁନି ତ ନୀଳକଇଁ ।।
ସ୍ନେହ ତ ନାହିଁ ସୌହାର୍ଦ୍ଦ ନାହଁ
ମାଡି ଆସେ କାଳରାତ୍ରି
ଛଳନା ଭରା ମଧୁର ସୃଷ୍ଟି
ଖୋଜୁଛି ଟିକିଏ ପ୍ରୀତି ।।