OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଏ ସୃଷ୍ଟି କରିବ ତୁମକୁ ଆଲିଂଗନ - ହାସ୍ୟମୟୀ ରାଜ୍

ଏ ସୃଷ୍ଟି କରିବ ତୁମକୁ ଆଲିଂଗନ - ହାସ୍ୟମୟୀ ରାଜ୍

ବେଳେ ବେଳେ
ତମେ ଲାଗ
ଅପଣାର ବନ୍ଧୁଟିଏ
ଦରଦୀ ହୃଦୟର,
ଶାନ୍ତ ସକାଳର
ଶିଶିର ବିନ୍ଦୁ ପରି
ଝଟକୁ ଥାଏ
ତୁମ ମୁହଁ
ଆଖି ଆଇନାରେ ।
କେବେ ପୁଣି
ବିକଟାଳ, ବିଭତ୍ସ,
ଅବିଶ୍ବାସୀ, ଅସଞ୍ଜତ ।
କାହିଁକି ବଦଳାଅ ରୂପ
ବହୁରୂପୀ ଏଣ୍ଡୁଅ ଭଳି ?
ଏ ଅଢେଇ ଦିନର ଜୀବନ
କିଏ କାହାର  ?
ସବୁ ଜାଣି
ତଥାପି...
ଆମେମାନେ ସମସ୍ତେ ପାଗଳ ।
ମୋହଗ୍ରସ୍ତ ଏ
ଜୀବନ ଜଞ୍ଜାଳ,
ତା ଭିତରେ
ମନ ଚାହେଁ
ସଞ୍ଚିବାକୁ ଧର୍ମଧନ ।
ତେବେ କରିଦିଅ ନିଜକୁ
ପୁରାପୁରି ଶୂନ,
ଖୋଲିଦିଅ ହୃଦୟ ପୃଷ୍ଠାରେ
ଦ୍ଵନ୍ଦରେ ସଢୁଥିବା
ଯେତେ ସବୁ
ଅଡୁଆ ପ୍ରଶ୍ନ ।
ତଡିଦିଅ ଆସକ୍ତି
ହୋଇଯାଅ ଅନାବିଳ,
କାଢିଦିଅ  ଆଖିରୁ
ତମର ସେ
ନୀଳ ଆସ୍ତରଣ,
ଦେଖ
ସ୍ରୁଷ୍ଟି କେତେ
ସ୍ଵଚ୍ଛ, ସୁନ୍ଦର,ସୁଢଳ ।
ଠିକ୍ ଭୂଲ୍ ର
ଦୋଛକିରେ ଛିଡାହୋଇ
କେହି କଳିବେନି
ତୁମର ବ୍ୟକ୍ତିତ୍ୱ,
ତୁମେ ହୋଇଯିବ
ସମସ୍ତଙ୍କ ପାଇଁ
ଅପରିହାର୍ଯ୍ୟ, ଅନନ୍ୟ,
ଏ ସ୍ରୁଷ୍ଟି କରିବ ତୁମକୁ
ମନ ଭରି ଆଲିଂଗନ ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି କେନ୍ଦୁଝର ।
Content Category:
Submission Date: May 19, 2019