OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରଜାପତିର ଡେଣା - ଅଶ୍ୱିନୀ ଦାଶ

ପ୍ରଜାପତିର ଡେଣା - ଅଶ୍ୱିନୀ ଦାଶ



କାହିଁକି କାନ୍ଦୁଛୁ ପ୍ରଜାପତି ,
କ୍ଷତାକ୍ତ କାହିଁକି ତୁ ,
ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ !

ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ ,
ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ,
ତୋ ମନରେ ନିର୍ମାୟା ଆନନ୍ଦ ,
କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ ?

ତୋ ଦେହ ତ ଦେହ ନୁହେଁ ପକ୍ଷୀ ,
ତୁ ତ ବର୍ଣ୍ଣିଭା ଜ୍ୟୋତି ,
କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ ,
ପ୍ରାନ୍ତରେ , ଗୃହମାନଙ୍କରେ !

ସେମାନେ ତୋତେ ବିଗ୍ଧ କଲେ ଉପହାସେ ,
ମକଚି ଦେଲେ ତୋ ଉପହାର ,
ବିଳପି ଉଠିଲା କ୍ଷୁଦ୍ର ଡେଣା ତୋର ,
ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ ।

କେଉଁ ଭ୍ରମରେ ଭ୍ରମିତ ଥିଲୁ ,
ନିଶାସକ୍ତ ଥିଲେ ତ ସେମାନେ ,
ଉଦଭ୍ରାନ୍ତ ବି ।

ସେମାନେ ନିଜ ନିଜ ବାସ୍ନାରେ ବିଭୋର,
ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ !
ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ !

ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ,
ବୋଝ ଥିଲା ତୋ ଉପହାର ।

ଫେରିଆ ଥରେ ସେଇ ଉପବନ ,
ଯେଉଁଠି ଆଜି ବି ଆଲୁଅ ଜଳେ ।

ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ ,
ବୋଝ ହେଉଥାଉ ରାତି । 

Writer's Details: ଅଶ୍ୱିନୀ ଦାଶ
ଓଡ଼ିଆ ଭଣ୍ଡାରୀ ସାହି, ପାରଳାଖେମୁଣ୍ଡି, ଗଜପତି
Content Category:
Submission Date: May 17, 2019

0 Comments