ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଦିବ୍ୟ ଅନୁଭବ - ହାସ୍ୟମୟୀ ରାଜ୍

ଦିବ୍ୟ ଅନୁଭବ - ହାସ୍ୟମୟୀ ରାଜ୍

ମନ ଆଇନାରେ ଦେଖେ
ଏ ବିଶ୍ୱର ଯେତେ ସବୁ
ବିକ୍ଷିପ୍ତ ବିନ୍ୟାସ ।
କେବେ ଦେଖେ
ପ୍ରେମର ପାର୍ବଣ ତ
କେବେ ପୁଣି
ଘୃଣାର ଫୁତ୍କାର,
କେବେ ଶାନ୍ତିର କୁହୁତାନ
କେବେ ଅଶାନ୍ତିର ଅଗ୍ନିସ୍ନାନ ।
କାହିଁକି ଭାବିବି,
ଯିବି ଗୋପ ବୃନ୍ଦାବନ ?
ଏଇଠି ତ ସୃଷ୍ଟି ସ୍ଵର୍ଗ
ଏଇଠି ବି ନର୍କ,
ମୋର ସୁକ୍ଷ୍ମ ଚେତନାରେ
ଦେଖୁଥାଏ
ନର୍କରୁ ନିର୍ମାଲ୍ୟ ।
ଯାହା ଦେଖେ
ଯାହା ଶୁଣେ ପ୍ରତିକ୍ଷଣ,
ସବୁ ମିଥ୍ୟା
ସବୁ ପ୍ରହେଳିକା,
କାହିଁ ସେ ନିର୍ବାଣ ?
ମାୟା ମୃଗର
ମିଛ ଭେଳିକିରେ
ଆଜି ମଣିଷ ପାଗଳ।
ଅନିତ୍ୟ ଏ ସଂସାରରେ
ସିଏ ହିଁ ତ
ଏକମାତ୍ର ସତ୍ଯ,
ଯିଏ ନିତ୍ୟ ସନାତନ।
ସିଏ ପୁଣି
ସବୁର ସମାହାର ।।
ସଂସାରରୁ ଶୁଶୁପ୍ତି,
ନିଶ୍ବାସରୁ ନିଶ୍ଚଳ,
ଜୀବନରୁ ଜଡ,
ଯେତେ ଦୂର
ସଦା ପ୍ରକାଶିତ
ସେଇ ଦିବ୍ୟ ଅନୁଭବ ।
ଭରିଦିଏ ଯିଏ
ପ୍ରାପ୍ତି ପୂର୍ଣ୍ଣାନନ୍ଦ ।
ସତେ ମନ ଆକାଶର
ଅମାବାସ୍ୟାରେ
ଉଇଁଛିକି ତୋଫା ଜହ୍ନ ।।
     
Writer's Details: ହାସ୍ୟମୟୀ ରାଜ୍
ଓରାଳି ହାଟଡିହି, କେନ୍ଦୁଝର ।
Content Category:
Submission Date: May 12, 2019

0 Comments